X
Breaking News
ଦେଶ

ଚାଷୀଙ୍କ ପାଇଁ ଆଶ୍ୱସ୍ତି: ଚଳିତ ବର୍ଷ ମୌସୁମୀ ସ୍ୱାଭାବିକ

monsoon

ନୂଆଦିଲ୍ଲୀ: ଚଳିତ ବର୍ଷ ମୌସୁମୀ ଜନିତ ବର୍ଷା ସ୍ୱାଭାବିକ ରହିବ । ଏନେଇ ଭବିଷ୍ୟବାଣୀ କରିଛି ଭାରତୀୟ ପାଣିପାଗ ବିଭାଗ । ଏଲନିନୋକୁ ନେଇ କରାଯାଇଥିବା ଅନ୍ୟାନ୍ୟ ଭବିଷ୍ୟବାଣୀ ତଥା ଆଶଙ୍କାକୁ ଖାରିଜ୍ କରିଛି ପାଣିପାଗ ବିଭାଗ । ମୌସୁମୀ ଉପରେ ଏହାର କୌଣସି ପ୍ରକାର ପ୍ରଭାବ ପଡିବ ନାହିଁ ବୋଲି ବିଭାଗ କହିଛି । ଏହାସହ ଜୁନ୍‌ରୁ ସେପ୍ଟେମ୍ୱର ମଧ୍ୟରେ ମୌସୁମୀ ଜନିତ ବର୍ଷା ସ୍ୱାଭାବିକ୍ ରହିବ ବୋଲି ବିଭାଗ ପୂର୍ବାନୁମାନ କରିଛି ।

ପାଣିପାଗ ବିଭାଗ ଅନୁସାରେ, ଜୁନ୍-ସେପ୍ଟେମ୍ୱର ମଧ୍ୟରେ 96 ପ୍ରତିଶତ ବର୍ଷା ହେବ । ପୂର୍ବରୁ ଆଶଙ୍କା କରାଯାଉଥିଲା ଏଲନିନୋ କାରଣରୁ ମୌସୁମୀ ବର୍ଷା ପ୍ରଭାବିତ ହୋଇପାରେ । ମୌସୁମୀ ସ୍ୱାଭାବିକ ନହେଲେ ଚାଷୀକୂଳ ହୋଇଥାନ୍ତି ହନ୍ତସନ୍ତ । ଅନ୍ୟପଟେ ପାଣିପାଗ ବିଭାଗରୁ ଏଭଳି ସୂଚନା ମିଳିବା ପରେ ଚାଷୀଙ୍କ ପାଇଁ ଏକ ବଡ ଆଶ୍ୱସ୍ତି ବୋଲି ବିଚାର କରାଯାଉଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top