ଟେକ୍ନୋଲୋଜି

ଏଥର ଜଳପଥରେ ଶତ୍ରୁଙ୍କୁ ନିପାତ କରିବ ଭାରତ

missile

ଅର୍ଗସ ବ୍ୟୁରୋ:  ଆଉ ଏକ ପାଦ ଆଗକୁ ବଢିବ ଭାରତ । ପାଣି ଭିତରେ ଶତ୍ରୁଙ୍କୁ ଦମନ କରିବା ପାଇଁ ଏକ ମିଶାଇଲର ପୀରକ୍ଷା କରିବାକୁ ଯାଉଛି ଭାରତ । ପଣ୍ଡୁବିୟୋରେ ଶତ୍ରୁଙ୍କ ଆଡ୍ଡାକୁ ଧ୍ୱଂଶ କରିବ ଓ ଶକ୍ତିକୁ ଆହୁରି ମଜଭୁତ୍‌ କରିବା ପାଇଁ ଭାରତ ଶୁକ୍ରବାର ଦିନ ଆନ୍ଧ୍ର ପ୍ରଦେଶର ସମୁଦ୍ର ପାଣି ଭିତରେ 3,500 କିମି ପର୍ଯ୍ୟନ୍ତ ମାରିବା କ୍ଷମତା K-4 ପରମାଣୁ ମିଶାଇଲର ପରୀକ୍ଷା କରିବାର ଯୋଜନା କରୁଛି ।

ଏହି ମିଶାଇଲ ପ୍ରଣାଳିକୁ ଡିଆରଡିଓ ତରଫରୁ ଅରିହନ୍ତ ଶ୍ରେଣୀର ପରମାଣୁ ପଣ୍ଡୁବିୟୋ ପାଇଁ ବିକଶିତ କରାଯାଉଛି । ଯାହାକୁ  ଭାରତ ଦ୍ୱାରା ନର୍ମାଣ କରାଯାଉଛି । ଏହି ପଣ୍ଡୁବିୟୋ ଭାରତର ପରମାଣୁ ପରୀକ୍ଷାର ମୁଖ୍ୟ  ଆଧାର ରହିବ ।

ସରକାରୀ ସୁତ୍ର ମୁତାବିକ,  ଡିଆରଡିଓ  ଶୁକ୍ରବାର ଦିନ ବିଶାଖାପଟ୍ଟନମ୍‌ ସମୁଦ୍ରର ପାଣି ଭିତରେ K-4 ପରମାଣୁ ମିଶାଇଲର ପରୀକ୍ଷଣ କରିବ । ଟ୍ରାଏଲ ସମୟରେ  ଡିଆରଡିଓ  ମିଶାଇଲ ପ୍ରଣାଳୀରେ ଉନ୍ନତ ପ୍ରଣାଳୀମାନଙ୍କର ପରୀକ୍ଷା କରିବ ।

K-4  ପାଣି ଭିତରେ ଚାଲିବାକୁ ଥିବା ଏହି ଦୁଇଟି ମିଶାଇଲ ଯାହାକୁ ବିକଶିତ କରାଯାଉଛି, ଦ୍ୱିତୀୟ ମିଶାଇଲ ନାଁ BO-5 ରହିଛି । ଯାହାର ଦମନ କ୍ଷମତା  ପାଖାପାଖି 700 କିମି ରହିଛି । ଏହା ବର୍ତ୍ତମାନ ସ୍ପଷ୍ଟ ହୋଇନି  ଯେ ଡିଆରଡିଓ  ମିଶାଇଲର ପରୀକ୍ଷା ଛୋଟ ବା ଲମ୍ବା ଦୂରତାରେ କରିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top