ଦେଶ

ଦେଶରେ ଗୋଟିଏ ଦିନରେ ସର୍ବାଧିକ କରୋନା ଆକ୍ରାନ୍ତ ସୁସ୍ଥ, ସୁସ୍ଥ ହାର ୬୩.୯୨%

ନୂଆଦିଲ୍ଲୀ: ଭାରତରେ କୋଭିଡ -୧୯ ମହାମାରୀ ଆରମ୍ଭ ହେବା ଠାରୁ ଦେଶରେ ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୩୬ ହଜାର ୧୪୫ ଲୋକ ସୁସ୍ଥ ହୋଇଛନ୍ତି । ଯାହା ଦେଶର ପୁନରୁଦ୍ଧାର ହାରକୁ ୬୩.୯୨ ପ୍ରତିଶତକୁ ବୃଦ୍ଧି କରିଛି । ଦେଶରେ ବର୍ତ୍ତମାନ ମୃତ୍ୟୁ ହାର ୨.୩୧ ପ୍ରତିଶତ ରହିଛି ।

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ କୁହାଯାଇଛି ଯେ ମୋଟ ସୁସ୍ଥ ସଂଖ୍ୟା ଆଠ ଲକ୍ଷ ୮୫ ହଜାର ୫୭୭ କୁ ବୃଦ୍ଧି ପାଇଥିବାବେଳେ ଦେଶରେ ସକ୍ରିୟ କରୋନା ମାମଲା ୪ ଲକ୍ଷ ୬୭ ହଜାର ୮୮୨ ରେ ପହଞ୍ଚିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ୪୮ ହଜାର ୬୬୧ ଟି ନୂତନ କୋଭିଡ -୧୯ ମାମଲା ରିପୋର୍ଟ ହୋଇଛି ଯାହା ମୋଟ ମାମଲାକୁ ୧୩ ଲକ୍ଷ ୮୫ ହଜାର ୫୨୨ କୁ ବୃଦ୍ଧି କରିଛି । ଗୋଟିଏ ଦିନରେ ୭୦୫ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଦେଶବ୍ୟାପୀ ଏବେସୁଦ୍ଧା ମୋଟ ୩୨ ହଜାର ୬୩ ଜଣ ଙ୍କର ମୃତ୍ୟୁ ହୋଇଛି ।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ପକ୍ଷରୁ କୁହାଯାଇଛି ଯେ ଗୋଟିଏ ଦିନରେ ବିଭିନ୍ନ ଲାବୋରେଟୋରୀ ଦ୍ୱାରା ରେକର୍ଡ ସଂଖ୍ୟକ ୪ ଲକ୍ଷ ୪୨ ହଜାର ୨୬୩ ପରୀକ୍ଷା କରାଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ଏକ କୋଟି ୬୨ ଲକ୍ଷ ୯୧ ହଜାର ୩୩୧ ପରୀକ୍ଷା କରାଯାଇଛି ।

ଆଇସିଏମଆର କ୍ରମାଗତ ଭାବରେ ପରୀକ୍ଷଣ ସୁବିଧାକୁ ବୃଦ୍ଧି କରୁଛି ଏବଂ ବର୍ତ୍ତମାନ ସମଗ୍ର ଭାରତରେ ଏକ ହଜାର ୩୦୭ ଲାବୋରେଟୋରୀରେ କୋଭିଡ୧୯ ପରୀକ୍ଷା କରାଯାଉଛି । ଯେଉଁଥିରେ ୯୦୫ ସରକାରୀ ଲାବୋରେଟୋରୀ ଏବଂ ୪୦୨ ଘରୋଇ ଲାବୋରେଟୋରୀ ଅନ୍ତର୍ଭୁକ୍ତ । ସୁସ୍ଥ ହାର ହାର କ୍ଷେତ୍ରରେ ୮୭.୨୯ ପ୍ରତିଶତ ସହ ଦିଲ୍ଲୀ ଶୀର୍ଷରେ ରହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top