ଦେଶ

ପରେଡ ପାଇଁ ଦିଲ୍ଲୀରେ ଚାଲିଛି ଜୋରସୋର ପ୍ରସ୍ତୁତି

republic

ନୂଆଦିଲ୍ଲୀ: ଦେଶରେ 70ତମ ଗଣତନ୍ତ୍ର ଦିବସ ସମାରୋହ ପାଇଁ  ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଦିଲ୍ଲୀର ରାଜପଥରେ ପ୍ରତ୍ୟେକ ବର୍ଷ ପରି ଏବର୍ଷ ମଧ୍ୟ ବେସ୍ ଧୁମ୍‌ଧାମରେ ଆୟୋଜନ କରାଯିବ  ଗଣତନ୍ତ୍ର ଦିବସ । ପରେଡ ମାଧ୍ୟମରେ ଭାରତ ସାରା ବିଶ୍ୱକୁ ତାର ଶକ୍ତି ପ୍ରଦର୍ଶନ ଦେଖାଇବ । ଏହି ପରେଡରେ ଭାରତୀୟ ବାୟୁସେନାର ପାଖାପାଖି 41 ବିମାନ ଭାଗ ନେବେ । ଯେଉଁଥିରେ ସମସ୍ତଙ୍କ ନଜର ଆମେରିକା ହେଭି ଲିପ୍ଟ ହେଲିକ୍ୟାପ୍ଟର ଚେନୁକ୍‌ ଓ ଲଢାକୁ ହେଲିକେପ୍ଟର ଉପରେ ରହିବ ।  ଏହି ଦୁଇଟି ହେଲିକ୍ୟାପ୍ଟର  ଆକାଶରେ ନିଜର ବିରତ୍ୱର ପ୍ରଦର୍ଶନ କରିବେ ।

ସେହିପରି ଭାରତୀୟ ବାୟୁସେନାର ଓ୍ୱାରଣ୍ଟ ଅଧିକାରୀ ଅଶୋକ କୁମାର ବାୟୁସେନାର ନେତୃତ୍ୱ କରିବେ । ସେ ଗତ 12 ବର୍ଷ ହେବ ଏଥିରେ ନେତୃତ୍ୱ କରିଆସୁଛନ୍ତି । ଏହା ବ୍ୟତିତ ବାୟୁସେନା 5 ମଡେଲ ବିମାନର ପ୍ରଦର୍ଶନ ମଧ୍ୟ କରିବ । ଯେଉଁଥିରେ ରାଫେଲ ଲଡାକୁ ବିମାନ, ସ୍ୱଦେଶୀ ଲଡାକୁ ବିମାନ ଏଲସିଏ ତେଜସ, ସ୍ୱଦେଶୀ ଲାଇଟ୍‌ କାମ୍ବେଟ ହେଲିକାପ୍ଟର ପ୍ରଭୃତି ସାମିଲ ରହିବେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top