ଦେଶ

ଲଦ୍ଦାଖ ସୀମାରେ ପୁଣି ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛି ଚୀନ

ଅର୍ଗସ ବ୍ୟୁରୋ : ଲଦ୍ଦାଖ ସୀମାରେ ଭାରତ ଏବଂ ଚୀନ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି। ସୋମବାର ପରେ ପୁଣି ଭାରତ ଓ ଚୀନ ସୈନିକ ମୁହାଁମୁହିଁ ହୋଇଛନ୍ତି। ପୈଙ୍ଗୋଙ୍ଗ ନିକଟରେ ରେଜାଙ୍ଗ ଲାରେ ପ୍ରାୟ ୪୦ ରୁ ୫୦ ଜଣ ଚୀନ ସୈନିକ ଆମ୍ନାସାମ୍ନା ହୋଇନ୍ତଛନ୍ତି। ଏହି ଅଞ୍ଚଳ ଭାରତର ହୋଇଥିବା ବେଳେ ଚୀନ ସୈନିକ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି। ରେଜାଙ୍ଗ ଲାରେ ଚୀନ ଅକ୍ତିଆର କରିବାକୁ ଏଭଳି ଲଗାତର ଚେଷ୍ଟା କରିବାକୁ ଲାଗିଛି। ତେବେ ଚୀନ ଏଥିରେ ସଫଳ ହୋଇନାହିଁ।

ସୂଚନାନୁଯାୟୀ, ସୋମବାର ସନ୍ଧ୍ୟାରେ ଚୀନ ଲଦ୍ଦାଖ ସୀମାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲା। ଭାରତୀୟ ଯବାନ ଏଥିରେ ବାଧା ଦେବାରୁ ସେମାନେ ଗୁଳି ଚାଳନା କରିଥିଲେ। ଶୂନ୍ୟରେ ଫାଇରିଂ କରି ଭାରତୀୟ ସେନାକୁ ଭୟଭୀତ କରିବାକୁ ଚେଷ୍ଟା କରିଥିଲେ। ତେବେ ପରିଶେଷରେ ଭାରତୀୟ ଯବାନଙ୍କ ପ୍ରୟାସରେ ଚୀନ ସୈନିକ ପଛକୁ ହଟିଥିଲେ।

ଅଗଷ୍ଟ ୩୦ ଘଟଣା ପରେ ଚୀନ ବହୁ ଥର ଅନୁପ୍ରବେଶ କରିବାକୁ ଚେଷ୍ଟା କରିଛି, କିନ୍ତୁ ପ୍ରତି ଥର ସେ ବିଫଳ ହୋଇଛି। ମୁହଁ ଟାଣ ଭଳି ଓଲଟା ଭାରତୀୟ ସେନା ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛି ବୋଲି ଚୀନ ଅଭିଯୋଗ କରୁଛି। ସେପଟେ ସୋମବାର ଘଟଣାକ୍ରମ ପରେ ଚୀନର ବୈଦେଶିକ ମନ୍ତ୍ରାଳୟ ଏଭଳି ଅଭିଯୋଗ କରିଥିଲା, କିନ୍ତୁ ଭାରତ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଥିଲା।

ଭାରତୀୟ ସେନା ଯେବେଠାରୁ କଳା ଟପ୍, ହେଲମେଟ୍ ଟପ୍, ଏବଂ ପୈଙ୍ଗୋଙ୍ଗର କିଛି ଅଞ୍ଚଳରେ କବଜା କରିଛି ସେବେଠାରୁ ଚୀନର ମୁଣ୍ଡବ୍ୟଥା ଆରମ୍ଭ ହୋଇଛି। ଏହି ସବୁ ଅଞ୍ଚଳରେ ଚୀନ ଆଧିପତ୍ୟ ବିସ୍ତାର କରିବାକୁ ଚାହୁଁଛି, ଯେଉଁଥିରେ ସେ ସଫଳ ହୋଇପାରୁ ନାହିଁ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top