ଦେଶ

ପାକ୍‌କୁ କଡ଼ା ଯବାବ: ଆତଙ୍କୀଙ୍କ କ୍ୟାମ୍ପ ଧ୍ୱଂସ କଲା ସେନା

terror

ନୂଆଦିଲ୍ଲୀ: ପାକିସ୍ତାନୀ ଫାଇରିଙ୍ଗର କଡା ଯବାବ୍‌ ଦେଇଛି ଭାରତୀୟ ସେନା । ପିଓକେରେ ଥିବା ଆତଙ୍ଗବାଦୀ ଆଡ୍ଡାକୁ ଧ୍ୱଂସ କରିଛି ଭାରତୀୟ ସେନା । ଭାରତୀୟ  ସେନାର ଏହି ବଡ଼ ଧରଣ କାର୍ଯ୍ୟାନୁଷ୍ଠାନରେ ବହୁ କ୍ଷତି ପହଞ୍ଚିଛି ଆତଙ୍କୀ ଆଡ୍ଡାକୁ ।  ଆତଙ୍କୀଙ୍କ  ଆଡ୍ଡାକୁ ଉଡାଇବାରେ ସେନା ଆର୍ଟିଲରୀ ଗନ୍‌ ବ୍ୟବହାର  କରିଥିଲା ।

ଏହି ଆକ୍ରମଣରେ ଆତଙ୍କୀଙ୍କ ବହୁ କ୍ୟାମ୍ପକୁ ନଷ୍ଟ କରାଯାଇଛି । ଏଥିସହିତ ବହୁ ଲଞ୍ଜିଙ୍ଗ ଗଛ ମଧ୍ୟ ନଷ୍ଟ କରାଯାଇଛି । ପାକିସ୍ତାନ ତରଫରୁ ବାରମ୍ବାର ଅସ୍ତ୍ରବିରତି ଉଲ୍ଳଙ୍ଘନ କରାଯାଉଛି  । କିଛି ସମୟ ପୂର୍ବରୁ ପାକ୍‌ର କୁପଓ୍ୱାରାରେ ତଙ୍ଗଧାର ସେକ୍ଟରରେ  ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିଲା ପାକ୍‌ । ଏହି  ଆକ୍ରମଣରେ ଦୁଇ ଯବାନ ସହିଦ ହୋଇଛନ୍ତି । ଏଥିସହିତ ଜଣେ ନାଗରିକଙ୍କ ମୃତ୍ୟୁ ମଧ୍ୟ ହୋଇଛି । ତେବେ ଏହାର ପ୍ରତିଶୋଧ ନେଇଛି ଭାରତୀୟ ସେନା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top