ଦେଶ

ଭାରତୀୟ ସେନାର ଗୁଳି ବର୍ଷାରେ ଆତଙ୍କୀ ଦୌଡ଼ିଲେ, ଦେଖନ୍ତୁ ଭିଡିଓ

pak terror

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର କୁପ୍‌ୱାରା ସେକ୍ଟର ନିକଟରେ ଏଲ୍‌ଓସି ଅତିକ୍ରମ ପ୍ରୟାସ କରୁଥିବା ପାକିସ୍ତାନୀ ଆତଙ୍କୀଙ୍କ ଭିଡିଓ ଆସିଲା ସମ୍ନାକୁ । ଏହି ଭିଡିରେ କୁପ୍‌ୱାରା ରେ ଆତଙ୍କୀ ପ୍ରବେଶ କରୁଥିବା ସ୍ପଷ୍ଟ ଦେଖାଯାଇଛି । ତେବେ ପୂର୍ବରୁ ମଧ୍ୟ ଏଭଳି ଭିଡିଓ  ଭାରତୀୟ ଗୁଇନ୍ଦା ବିଭାଗ ପକ୍ଷରୁ ଜାରି କରାଯାଇଥିଲା ।  ବର୍ତ୍ତମାନ ଯେଉଁ ଭିଡିଓ ଜାରି କରାଯାଇଛି  ଏଥିରେ ଦେଖାଯାଇଛି ପଥର ପଛରେ ଲୁଚି ଲୁଚି ଆତଙ୍କୀ ପଳାଇଯାଉଛନ୍ତି ।

ତେବେ ସେମାନେ ଏଭଳି ବିକଳରେ ଦୌଡ଼ିବାର କାରଣ ହେଉଛି ଭାରତ ସେନାଙ୍କ ପଟୁ ଘନ ଘନ ଗୁଳି ବର୍ଷା କରାଯାଉଛି ।  କିଛି ଆତଙ୍କୀ ଏଲ୍‌ଓସି ଆଡ଼କୁ ପାଦ ବଢ଼ାଇବା ଆଗରୁ ସେନାର ଗୁଳିବର୍ଷା  କାରଣରୁ  ଫେରିଯାଉଥିବା ଦେଖିବାକୁ ମିଳିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top