ଟେକ୍ନୋଲୋଜି

ସେନାରେ ସାମିଲ ହେଲା ସିଗ ସଉର ଆସଲ୍ଟ ରାଇଫଲ

rifal

ନୂଆଦିଲ୍ଲୀ: ଭାରତୀୟ ସ୍ଥଳସେନାରେ ଏବେ ସାମିଲ ହୋଇଛି ଆମେରିକା ନିର୍ମିତି ସିଗ ସଉର ଆସଲ୍ଟ ରାଇଫଲ । ପ୍ରଥମ ପର୍ଯ୍ୟାୟରେ ଏଭଳି 10,000 ରାଇଫଲକୁ ସେନାରେ ସାମିଲ କରେଯାଇଛି ।  ଏସବୁ  ରାଇଫଲକୁ ସେନାର ଉତ୍ତର କାମାଣ୍ଡକୁ ହସ୍ତାନ୍ତର କରାଯାଇଛି ।  ଜାମ୍ମୁ କାଶ୍ମୀରରେ  ଆତଙ୍କବାଦୀବିରୋଧି ଅଭିଯାନ ଏବଂ ପାକ୍‌ ସଂଲଗ୍ନ  ସୀମା ନିକଟରେ  ଏହାକୁ ବ୍ୟବହାର କରାଯିବ

ଏହି ରାଇଫଲ ବ୍ୟବହାର କରିବା ଦ୍ୱାରା ସେନାର ଆକ୍ରମଣ କ୍ଷମତା ବୃଦ୍ଧି ପାଇବ । ଅତି ନିକଟରୁ କରାଯାଉଥିବା ଅପରେସନ  କିମ୍ବା ଅଧିକ ଦୂରରୁ  କରାଯାଉଥିବା ଅପରେସନ, ଉଭୟ ପରିସ୍ଥିତି ପାଇଁ  ଏହି ରାଇଫଲ  ଅତି ଉପଯୋଗୀ ।  ଭାରତ ସରକାର  ସ୍ଥଳସେନାର  ଇନଫ୍ୟାଣ୍ଟ୍ରି  ଡିଭିଜନ,  ନୌସେନା  ଏବଂ ଅର୍ଦ୍ଧ ସାମରିକ ବାହିନୀ ପାଇଁ ତ୍ୱରିତ  ପ୍ରକ୍ରିୟାରେ  ସମୁଦାୟ  72,400 ସିଗ ସଉର ରାଇଫଲ  କିଣିବାକୁ  ଚୁକ୍ତି କରିଥିଲେ ।

ଏଥିପାଇଁ ଭାରତ 700 କୋଟି  ଟଙ୍କା ବ୍ୟୟ କରିବ ।  ଏହାକୁ ନିର୍ମାଣ କରୁଥିବା ଆମେରିକୀୟ  କମ୍ପାନୀ ବର୍ଷକ ଭିତରେ  ଏହି ରାଇଫଲକୁଡିକୁ  ଭାରତକୁ ହସ୍ତାନ୍ତର କରିବ ।ଭାରତୀୟ ସ୍ଥଳସେନା ଏବେ  ଇନସାସ ରାଇଫଲକୁ ହଟାଇ ତା’ ବଦଳରେ ଏକେ—203 ଏବଂ ସିଗ ସଉର ରାଇଫଲ  ବ୍ୟାପକ  ମାତ୍ରାରେ ବ୍ୟବହାର କରିବାକୁ ନିଷ୍ପତ୍ତି  ନେଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top