ଦେଶ

ନିଖୋଜ ଥିବା ପାଞ୍ଚ ଜଣ ଭାରତୀୟ ନାଗରିକଙ୍କୁ ଫେରାଇଲା ଚୀନ୍‌

ନୂଆଦିଲ୍ଲୀ: ଭାରତ ଫେରିଲେ ୫ ଭାରତୀୟ ଯୁବକ। ଚୀନ୍‌ର ପିପୁଲସ୍‌ ଲିବେରସନ୍‌ ଆର୍ମୀ(ପିଏଲ୍‌ଏ) ଶନିବାର ଦିନ ଅରୁଣାଚଳ ପ୍ରଦେଶର ନିଖୋଜ ହୋଇଥିବା ୫ ଯୁବକଙ୍କୁ ଭାରତୀୟ ସେନାକୁ ହସ୍ତାନ୍ତର କରିଛି। ସେନା ପକ୍ଷରୁ ସମସ୍ତ ଔପଚାରିକତା ପୁରା କରିବା ପରେ ଶନିବାର କିବିଟୁରେ ୫ ଭାରତୀୟ ଭାରତକୁ ଆସିଛନ୍ତି। ଏହି ୫ ଭାରତୀୟଙ୍କୁ କୋଭିଡ ଗାଇଡଲାଇନ୍‌ ମୁତାବିକ ୧୪ ଦିନିଆ କ୍ବାରାଣ୍ଟିନ୍‌ରେ ରହିବେ। ଏହାପରେ ଯୁବକ ମାନେ ନିଜ ଘରକୁ ଯାଇ ପାରିବେ। ଏନେଇ ତେଜପୁର ଡି‌ଫେନ୍ସ୍‌ର ଜନସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି।

ପିଏଲଏ ମଙ୍ଗଳବାରକୁ କହିଥିଲା କି ସେପ୍ଟେମ୍ବର ୪ ତାରିଖରେ ସୁବନସିରୀ ଜିଲ୍ଲାର ନିଖୋଜ ୫ ଯୁବକ ଭାରତ-ଚୀନ ସୀମାରେ ମିଳିଥିଲେ। ଶୁକ୍ରବାର କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ ଟୁଇଟ କରି କହିଥିଲେ ଯେ, ଚୀନର ପିଏଲଏ ଭାରତୀୟ ସେନାକୁ ୫ ନିଖୋଜ ଅରୁଣାଚଳ ପ୍ରଦେଶର ଯୁବକଙ୍କୁ ଭାରତକୁ ଫେରାଇ ଦେବେ ବୋଲି। ଭାରତ ପ୍ରତ୍ୟାବର୍ତ୍ତନ କରିଥିବା ଯୁବକମାନେ ତୋଚ୍ ସିଙ୍ଗକମ୍, ପ୍ରସାତ ରିଙ୍ଗଲିଙ୍ଗ, ଡୋଙ୍ଗଟୁ ଆବିୟା, ତନୁ ବାକର ଏବଂ ନାଗରୁ ଦିରୀ ବୋଲି ଜଣାପଡିଛି।

ସୂଚନାଥାଉକି, ଏହି ଖବର ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଏକ ଗୋଷ୍ଠୀର ୨ ଜଣ ସଦସ୍ୟ ଜଙ୍ଗଲରେ ଶିକାର କରିବାକୁ ଯାଇଥିଲେ। ଫେରିବା ପରେ ସେ ଉକ୍ତ ପାଞ୍ଚ ଜଣ ଯୁବକଙ୍କ ପରିବାର ସଦସ୍ୟଙ୍କୁ ସୂଚନା ଦେଇଥିଲେ ଯେ ସେନା ପାଟ୍ରୋଲିଂ ଅଞ୍ଚଳର ସେରା -୭ରୁ ଚୀନ୍ ସୈନିକମାନେ ଯୁବକଙ୍କୁ ନେଇଯାଇଛନ୍ତି।

ଏହାପରେ ଅରୁଣାଚଳ ପ୍ରଦେଶର କଂଗ୍ରେସ ବିଧାୟକ ନିନାଁଙ୍ଗ ଏରିଙ୍ଗ ଅଭିଯୋଗ ଆଣିଥିଲେ ଯେ, ଚୀନର ପିପୁଲ୍ସ୍‌ ଲିବରେଶନ ଆର୍ମୀ ଅରୁଣାଚଳ ପ୍ରଦେଶର ସୀମାବର୍ତ୍ତି ଅଞ୍ଚଳରୁ ୫ ଭାରତୀୟଙ୍କୁ ଅପହରଣ କରିଥିଲା। ଏରିଙ୍ଗ ପିଏମ୍‌ଓକୁ ଟ୍ୟାଗ କରି ନିଜର ଟୁଇଟ ଦାବି କରିଥିଲେ ଯେ ଅରୁଣାଚଳ ପ୍ରଦେଶ ସୁବନସିରି ଜିଲ୍ଲାର ୫ ଯୁବକଙ୍କୁ ଅପହରଣ କରାଯାଇଛି। ଏଥିପ୍ରତି ଭାରତ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଅପିଲ୍ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top