ଖେଳ

ତିନି ପାକିସ୍ତାନୀ କ୍ରିକେଟରଙ୍କ ଉପରେ ବର୍ଷିଲେ ଭାରତୀୟ ବ୍ୟାଟସ୍‌ମାନ ମନୋଜ ତିୱାରୀ

ଅର୍ଗସ ବ୍ୟୁରୋ: ତିନି ପାକିସ୍ତାନୀ କ୍ରିକେଟରଙ୍କ ଉପରେ ବର୍ଷିଲେ ଭାରତୀୟ ବ୍ୟାଟସ୍‌ ମାନ ମନୋଜ ତିୱାରୀ । ତିନି ଜଣ ପାକିସ୍ତାନୀ କ୍ରିକେଟର ସୋଏବ ଅଖତାର, ସଲମାନ ବଟ ଏବଂ ୱାକର ଯୁନିସଙ୍କ ଉପରେ ବର୍ଷିଛନ୍ତି ଭାରତୀୟ ବ୍ୟାଟସମାନ ମନୋଜ ତିୱାରୀ ।

ସବୁବେଳେ ନିଜର ବିବାଦୀୟ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହି ଆସୁଥିଵା ପାକିସ୍ତାନୀ ଫାଷ୍ଟ ବୋଲର ସୋଏବ ଅଖତାର ପୁଣି ଥରେ ଭାରତୀୟ କ୍ରିକେଟ ବୋର୍ଡ଼ ବିରୋଧରେ କହି ଚର୍ଚ୍ଚାରେ ରହିଛନ୍ତି । ଆଇସିସି ଅକ୍ଟୋବର ମାସରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି – ଟ୍ୱେଣ୍ଟି ବିଶ୍ୱକପ ସୁରକ୍ଷା ଦୃଷ୍ଟିରୁ ଘୁଞ୍ଚାଇ ଦେବାପରେ ଭାରତୀୟ କ୍ରିକେଟ ବୋର୍ଡ଼ ଆଇପିଏଲ ପ୍ରସ୍ତୁତିରେ ଲାଗିପଡ଼ିଛି. ତେବେ ଭାରତୀୟ କ୍ରିକେଟ ବୋର୍ଡ଼ ସବୁଠାରୁ ଧନୀ କ୍ରିକେଟ ବୋର୍ଡ଼ ହୋଇଥିବାରୁ ଆଇପିଏଲ କ୍ଷତି ନ ସହିବାକୁ ଆର୍ଥିକ ଚାପ ପକାଇ ଟି -ଟ୍ୱେଣ୍ଟି ବିଶ୍ୱକପ ବନ୍ଦ କରିଥିବା କଥା ଅଖତାର କହିଥିଲେ ।

ଅଖତାରଙ୍କ ଏହି ବୟାନ ପରେ ବହୁ କ୍ରିକେଟ ଫ୍ୟାନମାନେ ତାଙ୍କ ଉପରେ ବର୍ଷିଥିଲେ. ସେହିପରି ବଲ tampering ଘଟଣାରେ ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ ଏବଂ ଡେଭିଡ଼ ୱାନରଙ୍କୁ ବର୍ଷେ ଲେଖାଁଏ ବାସନ୍ଦ କରାଯାଇଥିଲା । ତେବେ ସେମାନେ ବଲକୁ ସ୍କ୍ରାଚ କରି ବାସନ୍ଦ ହେଲେ ମାତ୍ର ଭାରତୀୟ ସ୍ପିନର ହରଭଜନ ସିଂ ଥରେ ଅଷ୍ଟ୍ରେଲିଆର andrew symonds ମାଙ୍କଡ଼ ଡାକିଥିଲେ ତାଙ୍କୁ କଣ ପାଇଁ ବାସନ୍ଦ କରାଯାଉନାହିଁ ବୋଲି ଅଖତାର କହିଥିଲେ ।

ସେହିପରି କୋଭିଡ଼ ନିୟମକୁ ଭାଙ୍ଗି ୱେଷ୍ଟ ଇଣ୍ଡିଜ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ଵିତୀୟ ମ୍ୟାଚରୁ ବାଦ ପଡ଼ିଥିଲେ ଇଂଲଣ୍ଡ ଫାଷ୍ଟ ବୋଲର ଜୋଫ୍ରା ଆର୍ଚ୍ଚର । ତେବେ ଏହି ସମୟରେ ନିୟମ ସମସ୍ତଙ୍କ ପାଇଁ ସମାନ କହିଥିଲେ ପୂର୍ବତନ ପାକିସ୍ତାନୀ ଅଧିନାୟକ ସଲମାନ ବଟ । ଯିଏକି ନିଜେ 2010 ମସିହାରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ସ୍ପଟ ଫିକସିଙ୍ଗ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦଶ ବର୍ଷ ପାଇଁ ବାସନ୍ଦ ହୋଇଥିଲେ ।

ପୂର୍ବତନ ପାକିସ୍ତାନୀ ଫାଷ୍ଟ ବୋଲର ୱାକର ଯୁନିସ ତାଙ୍କ ଖେଳାଳିମାନେ ଫିଟ ଅଛନ୍ତି ଏବଂ ସେମାନେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଫଲୋ କରୁନାହାନ୍ତି ବୋଲି ସେ କହିଥିଲେ । ପୂର୍ବରୁ ଭାରତ ବିପକ୍ଷରେ 2019 ବିଶ୍ୱକପର ଏକ ମ୍ୟାଚରେ ସର୍ଫରାଜ ଅହମ୍ମଦ ହାଇ ମରୁଥିବାର ନଜର ଆସିଥିଲେ । ଆଉ ଭାରତ ଏହି ମ୍ୟାଚ ଜିତିବା ପରେ ପାକିସ୍ତାନୀ କ୍ରିକେଟ ଫ୍ୟାନ ମାନେ ସେମାନଙ୍କ ଖେଳାଳିଙ୍କ ଫିଟନେସ ଆଉ ଖାଦ୍ୟ ଉପରେ ପ୍ରଶ୍ନ ଉଠାଇଥିଲେ । ତେବେ ଏହି ସବୁ ଘଟଣାକୁ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିବା ସହ ଏହି ତିନି ଖେଳାଳିକୁ ଟ୍ରଲ କରିଛନ୍ତି ମନୋଜ ତିୱାରୀ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top