ଧର୍ମ

ଗୁପ୍ତେଶ୍ୱର ପୀଠରେ କାଉଡ଼ିଆଙ୍କ ସେବାରେ ଲାଗିଛନ୍ତି ଭାରତୀୟ ସୀମା ସୁରକ୍ଷା ବଳ

BSF KORAPUT

କୋରାପୁଟ: ଏବେ ଶ୍ରାବଣ ମାସ ଚାଲିଛି । ଏହି ମାସକୁ ଶିବଙ୍କ ମାସ ବୋଲି କୁହାଯାଏ । କାଉଡ଼ିଆମାନେ ଶିବ ଲିଙ୍ଗରେ ପାଣି ଢାଳିବା ପାଇଁ କାହିଁ କେତେ ଦୂରରୁ ଖାଲି ପାଦରେ ଚାଲି ଚାଲି ଆସିଥାନ୍ତି । ଏହି କାଉଡ଼ିଆଙ୍କ ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରାସ୍ତାରେ ନାନା ପ୍ରକାର ସେବା ବ୍ୟବସ୍ଥା କରାଯାଇଥାଏ ।

ତେବେ କୋରାପୁଟରେ କିନ୍ତୁ ଦେଖିବାକୁ ମିଳିଛି ଭିନ୍ନ ଧରଣର ସେବା । ଭାରତୀୟ ସେନା ପକ୍ଷରୁ କାଉଡ଼ିଆଙ୍କୁ ସେବା କରାଯାଉଛି । ଅନେକ ଦୂରରୁ ଖାଲି ପାଦରେ ଚାଲି ଚାଲି ଆସିଥିବା କାଉଡ଼ିଆଙ୍କ ସେବା ସୁଶୃଶାରେ ଲାଗିଛନ୍ତି ଭାରତୀୟ ସୀମା ସୁରକ୍ଷା ବଳ । ଆଜ୍ଞା ହଁ କଥା ଟା ସମ୍ପୂର୍ଣ୍ଣ ସତ । ବିଏସ୍‌ଏଫ୍‌ ପକ୍ଷରୁ କାଉଡ଼ିଆଙ୍କ ପାଇଁ ସ୍ୱତନ୍ତ୍ର ସେବା ଯୋଗାଇ ଦିଆଯାଇଛି । ସେମାନଙ୍କ ପାଇଁ ବିଶ୍ରାମଗାରଠାରୁ ଆରମ୍ଭ କରି ତାଙ୍କ ଖାଦ୍ୟ ପାନୀୟ, ଔଷଧ ଓ ସୌଚାଳୟର ବ୍ୟବସ୍ଥା ମଧ୍ୟ ଯବାନଙ୍କ ପକ୍ଷରୁ କରାଯାଇଛି । କେବଳ ବିଏସ୍‌ଏଫ୍‌ ନୁହଁନ୍ତି ଡିଭିଏଫ୍‌ ଏବଂ ସ୍ଥାନୀୟ ପୋଲିସ ମଧ୍ୟ କାଉଡ଼ିଆଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଥିବା ଦେଖିବାକୁ ମିଳିଛି । ଏମିତିକି ବିଏସ୍‌ଏଫ୍‌ ଯବାନମାନେ କାଉଡ଼ିଆଙ୍କ ଗୋଡ଼ ଘସୁଥିବା, ମସାଜ୍‌ କରୁଥିବା ଭଳି ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି ।

କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଗୁପ୍ତେଶ୍ୱର ପୀଠରେ ଶ୍ରାବଣ ମାସର ପ୍ରଥମ ସୋମବାର ଦିନ ହଜାର ହଜାର କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଥିଲା । କାଉଡ଼ିଆ ମାନେ ଗେରୁଆ ବସ୍ତ୍ରରେ ନାରାୟଣ ପାଟଣା, ବନ୍ଧୁଗାଁ, ଲକ୍ଷ୍ମୀପୁର, ସୁନାବେଡ଼ା ଭଳି ବିଭିନ୍ନ ଅଞ୍ଚଳରୁ ପାଦରେ ଚାଲି ଚାଲି ଗୁପ୍ତେଶ୍ୱରଙ୍କ ପୀଠ ପର୍ଯ୍ୟନ୍ତ କାନ୍ଧରେ ବାହୁଙ୍ଗି ନେଇ ପହଞ୍ଚିଥିଲେ ।

ବୋଲ ବୋମା ବୋଲ ବୋମା ନାରା ଦେଇ କାଉଡ଼ିଆମାନେ ଗୁପ୍ତେଶ୍ୱର ମନ୍ଦିରରେ ପହଞ୍ଚି ଲିଙ୍ଗରେ ପାଣି ଢାଳିଛନ୍ତି । ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରାୟ 20 ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଏହି ଗୁପ୍ତେଶ୍ୱର ପୀଠରେ ଦେଖିବାକୁ ମିଳିଥିଲା । କାଉଡ଼ିଆଙ୍କ ନାରାରେ ଏଠିକାର ପରିବେଶ ଭକ୍ତି ଭାବେରେ ପରିପୂର୍ଣ୍ଣ ହୋଇଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top