ଟେକ୍ନୋଲୋଜି

ଡିଆରଡିଓକୁ ମିଳିଲା ବଡ଼ ସଫଳତା, ନାଭାଲ ଲାଇଟ୍‌ କମବାଟ ଏୟାରକ୍ରାପ୍ଟର ସଫଳ ଲ୍ୟାଣ୍ଡିଙ୍ଗ

NAVY

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ନାଭାଲ ଲାଇଟ୍‌ କମବାଟ ଏୟାରକ୍ରାପ୍ଟ  ତେଜସ୍‌ ଆଜି ଆଇଏନଏସ୍‌  ବିକ୍ରମାଦିତ୍ୟ  ପୋତରେ ସଫଳ ଲ୍ୟାଣ୍ଡିଙ୍ଗ କରିଛି ।  ଏହା ପ୍ରଥମ ଥର ପାଇଁ ହୋଇଛି  ଯାହାକି ଏକ ସ୍ୱଦେଶୀ ଲଢୁଆ ବିମାନର  ବିମାନବାହାକ ପୋତ ଉପରେ  ଲ୍ୟାଣ୍ଡିଙ୍ଗ କରାଯାଇଛି । ଏହି ସୂଚନା ଭାରତୀୟ ନୌସେନା  ଦେଇଛି ।

ତେବେ ଏହି ଲାଇଟ୍‌  କମବାଟ ଏୟାରକ୍ରାପ୍ଟର ନିର୍ମାଣ ଡିଆରଡିଓ ଦ୍ୱାରା କରାଯାଇଛି ।  ଡିଆରଡିଓ କହିଛି ଯେ, ନଏଜ୍‌ ବେସ୍‌ଡ ଟେଷ୍ଟ ଫ୍ୟାସିଲିଟ୍‌ ଉପରେ ବ୍ୟାପକ ପରୀକ୍ଷଣ  କରିବା ପରେ ଏଲସିଏ  ନ୍ୟାଭିର ଆଇଏନଏସ୍‌ ବିକ୍ରମାଦିତ୍ୟରେ ଆଜି ସକାଳ 10ଟା 02 ମିନିଟ୍‌ରେ ସଫଳ ପରୀକ୍ଷଣ କରାଯାଇଥିଲା । ଏହି ସଫଳ ଲ୍ୟାଣ୍ଡିଙ୍ଗ ପରେ  ରୁଷ, ଆମେରିକା, ଫ୍ରାନ୍ସ, ବ୍ରିଟେନ୍‌ ଓ ଚୀନ୍‌ ପରେ ଏବେ ଭାରତ 6ତମ ଦେଶ ଭାବେ ସ୍ଥାନ ପାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top