ଟେକ୍ନୋଲୋଜି

ଭାରତୀୟ ନୌସେନାର ପ୍ରଥମ ମହିଳା ପାଇଲଟ ହେଲେ ଶିବାଙ୍ଗୀ, ଉଡାଇବେ ସବୁଠାରୁ ଶକ୍ତିଶାଳୀ ବିମାନ

Sub-LIeutenant-Shivangi

କୋଚି: ସବ୍‌ ଲେଫ୍ଟନାଣ୍ଟ ଶିବାଙ୍ଗୀ  ଆଜି ପ୍ରଥମ ନୌସୈନିକ ମହିଳା ପାଇଲଟ ହୋଇଛନ୍ତି । ଭାରତୀୟ ନୌସେନାର ଅଧିକାରୀ ଏହି ସୂଚନା ଦେଇଛନ୍ତି । ଶୀବାଙ୍ଗୀ କୋଚ୍ଚି ନୌସେନା ବେସ୍‌ରେ ପୋଷ୍ଟିଂ ହୋଇଛନ୍ତି ।  ସେ ଭାରତୀୟ ନୌସେନାର ଶକ୍ତିଶାଳୀ ଡୋର୍ନିୟର ସର୍ଭିଲେନ୍ସ ବମାନ ଉଡାଇବେ ।

ନୌସେନାରେ ନିଯୁକ୍ତି ପରେ ଶିବାଙ୍ଗୀ କହିଛନ୍ତି  ମୁଁ ଦୀର୍ଘ ସମୟ ଧରି ଏହି ସମୟକୁ ଉତ୍କଣ୍ଠାର ସହ ଅପେକ୍ଷାରେ ଥିଲି । ଯାହା ହେଉ ଶେଷରେ ମୋତେ ଏ ସୁଯୋଗ ମିଳିଲା, ଏଥିପାଇଁ ମୁଁ ବହୁତ ଖୁସି । ମୋ ତାଲିମର ତୃତୀୟ ପର୍ଯ୍ୟାୟ ଶେଷ କରିବାକୁ ଚାହିଁ ରହିଛି। । ବିହାରର ମୁଜାଫରପୁରରେ ଜନ୍ମିତା, ଶିବାଙ୍ଗୀ ପ୍ରାଥମିକ ତାଲିମ ଶେଷ କରିବା ପରେ ୨୦୧୮ରେ ଭାରତୀୟ ନୌସେନାରେ ସାମିଲ ହୋଇଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top