ଖେଳ

ବିଶ୍ୱ ରେସଲିଂ ଚାମ୍ପିଅନସିପ୍‌ର ଫାଇନାଲରେ ଭାରତର ଦିପକ ପୁନିଆ

Dipak punia

ନୂଆଦିଲ୍ଲୀ: ବିଶ୍ୱ ରେସଲିଂ ଚାମ୍ପିଅନସିପ୍‌ରେ ଭାରତର ଦିପକ ପୁନିଆ ଫାଇନାଲରେ ପ୍ରବେଶ କରିଛନ୍ତି । ସେ 86 କିଲୋ ଫ୍ରିଷ୍ଟାଇଲ ଇଭେଣ୍ଟର ଫାଇନାଲ ରାଉଣ୍ଡରେ ପ୍ରବେଶ କରିଛନ୍ତି । ସେମିଫାଇନାଲରେ ସେ କୋଲମ୍ବିଆର କାର୍ଲୋସ ଇଜ୍‌କ୍ୟୁରେଡୋଙ୍କୁ  7-6 ପଏଣ୍ଟରେ ପରାସ୍ତ କରିଛନ୍ତି । ଦିପକ ପୁନିଆ ଏହି ଇଭେଣ୍ଟରେ ନିଜର ଡେବ୍ୟୁ ଦେଇଛନ୍ତି । ତେବେ ପ୍ରଥମଥର ଡେବ୍ୟୁ କରିଥିବା ଦିପକ ଫାଇନାଲରେ ପ୍ରବେଶ କରିଥିବାରୁ ତାଙ୍କ ପାଇଁ ସାରା ଭାରତୀୟ ଆଜି ଗର୍ବିତ । ଏହି ଚାମ୍ପିଅନ୍‌ସିପ୍‌ରେ ଭାରତ 4ଟି କୋଟା ହାସଲ କରିସାରିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top