X
Breaking News
ଦେଶ

ମୋଦିଙ୍କ ମାରାଥନ୍‌ ଟ୍ୱିଟ୍‌, ବିରୋଧୀଙ୍କୁ ମଧ୍ୟ କଲେ ଟ୍ୟାଗ୍‌

MODi

ସାଧାରଣ ନିର୍ବାଚନ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ୱିଟ୍‌ । ମୋଦିଙ୍କ ଏହି ଟ୍ୱିଟ୍‌କୁ ନେଇ ରାଜନୀତି ମହଲରେ ଚର୍ଚ୍ଚା । ବୁଧବାର ସକାଳୁ ମୋଦିଙ୍କ ଟ୍ୱଟ୍‌ର ଆକାଉଣ୍ଟରେ ଗୋଟିଏ ପରେ ଗୋଟିଏ ଟ୍ୱିଟ୍‌ ସଂଖ୍ୟା ବଢି ଚାଲିଥିଲା । ମୋଦି ନିଜ ଟ୍ୱିଟ୍‌ରେ ଦେଶ ବାସୀଙ୍କୁ ଅପିଲ କରିଛନ୍ତି ଯେ, ଆଗାମୀ ସାଧାରଣ ନିର୍ବାଚନ ପାଇଁ ଆଉ ଏକ ମାସରୁ ବି କମ୍‌ ସମୟ ରହିଛି । ନିର୍ବାଚନରେ ଭୋଟ୍‌ ଦେବା ଆମ ଅଧିକାର । ଭୋଟ ଦେଶ ଦେଶର ବିକାଶ ଦିଗରେ ସହାୟକ ହେବା ଆମ ସମସ୍ତଙ୍କର ଦାୟିତ୍ୱ । ନିଜ ନିଜର ଭୋଟ୍‌ କାଷ୍ଟ କରିବା ଏବଂ ଅନ୍ୟମାନଙ୍କୁ ଭୋଟ କାଷ୍ଟ କରିବା ମଧ୍ୟ ଆମ ସମସ୍ତଙ୍କର ଏକ ଗୁରୁ ଦାୟିତ୍ୱ । ଏହା ଆମର ଏକ ଗୁରୁତ୍ୱପୁର୍ଣ୍ଣ କର୍ତ୍ତବ୍ୟ ।

 

ତେବେ ସବୁଠାରୁ ବଡ଼ କଥା ହେଲା ଏହି ଟ୍ୱିଟ୍‌ରେ ସେ ଦେଶର ସବୁ ବଡ଼ ବଡ଼ ନେତା ମନ୍ତ୍ରୀଙ୍କୁ ଟ୍ୟାଗ୍‌ କରିଛନ୍ତି । ସେ ସମସ୍ତଙ୍କୁ କହିଛନ୍ତି ଆମେ ଏଥର ଭୋଟ ଦେବା ପାଇଁ ସମସ୍ତଙ୍କୁ ପ୍ରବର୍ତ୍ତାଇବା । ବିଗତ ଦିନରେ ମତଦାନର ଯେଉଁ ହାର୍‌ ରହିଛି ଏହାର ସବୁ ରେକର୍ଡ ଭାଙ୍ଗିବା ପାଇଁ ଚଳିତ ଥର ଚେଷ୍ଟା କରିବା ବୋଲି ସେ ଟ୍ୱିଟ୍‌ରେ କହିଛନ୍ତି । ଅଧିକରୁ ଅଧିକ ସଂଖ୍ୟାରେ ଲୋକ ଯେଭଳି ନିଜର ଭୋଟ୍‌ କାଷ୍ଟ କରିବେ ସେହି ଉପରେ ଆମେ ସମସ୍ତେ ଧ୍ୟାନ ଦେବା ।

ସେ ଆହୁରି ମଧ୍ୟ ନିଜ ଟ୍ୱିଟ୍‌ରେ କହିଛନ୍ତି ଯେ, ଆମେ ସମସ୍ତେ ଦେଶରେ ଏଭଳି ଏକ ମାହୋଲ ସୃଷ୍ଟି କରିବା ଯାହା ଦ୍ୱାରା ଭୋଟ୍‌ କାଷ୍ଟ କରିବା ଏକ ପ୍ରକାର ଉତ୍ସବ ଭାବେ ପାଳନ କରାଯିବ । ସମସ୍ତେ ଉତ୍ସାହିତ ହୋଇ ନିଜର ଭୋଟ୍‌ କାଷ୍ଟ କରିବେ । ଯେଉଁମାନେ ନିଜର ଭୋଟ୍‌ କାଷ୍ଟ କରିପାରିବେନି ସେମାନେ ପଛରେ ଯେଭଳି ଅନୁତାପ କରିବେ ସେଭଳି ଏକ ମାହୋଲ ସୃଷ୍ଟି କରିବା ବୋଲି ସେ କହିଛନ୍ତି ।

ତେବେ ତାଙ୍କର ଏହି ଟ୍ୱିଟ୍‌ର ଜବାବ ଦେଇ ଅଖିଳେଶ ତାତ୍ସଲ୍ୟ କରିଛନ୍ତି ଯେ, ମୋଦି ଜୀଙ୍କ ଏଭଳି ଟ୍ୱିଟ୍‌ରେ ସେ ଅତ୍ୟନ୍ତ ଖୁସି ହୋଇଛନ୍ତି । ମୋଦିଙ୍କ କଥାରେ ଏବେ ଦେଶରେ ସବୁ ଲୋକ ନିଜର ଭୋଟ କାଷ୍ଟ କରିବାକୁ ଆଗେଇ ଆସିବେ । ଏହା ସହ ଲୋକମାନେ ନିଜର ଭୋଟ ଦେଇ ଏଥର ଦେଶ ପାଇଁ ନୂଆ ପ୍ରଧାନମନ୍ତ୍ରୀ ବାଛିବେ ।


ମୋଦି ନିଜ ଟ୍ୱିଟ୍‌ରେ ଚଳଚ୍ଚିତ୍ର ଅଭିନେତାଙ୍କଠାରୁ ଆରମ୍ଭ କରି ନେତା, ମନ୍ତ୍ରୀ, ରାଜନୈତିକ ଦଳ, ଗଣମାଧ୍ୟମ, ଧର୍ମଗୁରୁ, ଖେଳାଳିଙ୍କୁ ସେ ଟ୍ୟାଗ୍‌ କରିଛନ୍ତି । ସେ ସମସ୍ତଙ୍କୁ ଟ୍ୟାଗ୍‌ କରି କହିଛନ୍ତି ଯେ, ଆମ ସମସ୍ତଙ୍କର ଗୁରୁତ୍ୱପୁର୍ଣ୍ଣ କର୍ତ୍ତବ୍ୟ ହେଉଛି ଆମେ ନିଜେ ନିଜର ଭୋଟ କାଷ୍ଟିଂ କରିବା ଏବଂ ଅନ୍ୟମାନଙ୍କୁ ଭୋଟ କାଷ୍ଟ କରିବା ପାଇଁ ପ୍ରବର୍ତ୍ତାଇବା ।

ମୋଦି ନିଜ ଟ୍ୱିଟ୍‌ରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ମମତା ବାନାର୍ଜୀ, ଶରଦ ପାଓ୍ୱାର, ମାୟାବତୀ, ଅଖିଳେଶ ଯାଦବ, ତେଜସ୍ୱୀ ଯାଦବ, ଏମ୍‌କେ ସ୍ଟାଲିନ୍‌, ନବୀନ ପଟ୍ଟନାୟକ, ଏଚ୍‌ଡି କୁମାର ସ୍ୱାମୀ, ଚନ୍ଦ୍ରବାବୁ ନାୟୀଡ଼, ନୀତୀଶ କୁମାର, ପବନ ଚାମଲିଙ୍ଗ, ରାମ ବିଳାସ ପାସଓ୍ୱାନ୍‌ଙ୍କୁ ଟ୍ୟାଗ୍‌ କରିଛନ୍ତି । ଅନ୍ୟ ଏକ ଟ୍ୱିଟ୍‌ରେ ନୋବେଲ ପୁରସ୍କାର ବିଜେତା କୈଳାଶ ସତ୍ୟାର୍ଥୀ, ରାଜ୍ୟପାଳ କିରଣ ବେଦୀ, ସାଉଥ୍‌ର କଳାକାର ମୋହନଲାଲ, ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, କ୍ରୀଡା ଜଗତର କିଦାମ୍ବୀ ଶ୍ରୀକାନ୍ତ, ଅଲମ୍ପିକ୍‌ ମଡେଲ୍‌ ଯୋଗେଶ୍ୱର ଦତ୍ତ, ସୁଶୀଲ କୁମାର, ପିଭି ସିନ୍ଧୁଙ୍କୁ ମଧ୍ୟ ଟ୍ୟାଗ୍‌ କରିଛନ୍ତି ।

ସେ ଆଧ୍ୟାତ୍ମିକ ଗୁରୁଙ୍କୁ ମଧ୍ୟ ନିଜ ଭୂମିକା ନିଭେଇବା ପାଇଁ କହିଛନ୍ତି । ସଦ୍‌ଗୁରୁ, ରବିଶଙ୍କର, ରାମଦେବଙ୍କୁ ଟ୍ୟାଗ୍‌ କରି ଲେଖିଛନ୍ତି କି, ଆପଣଙ୍କ ଭଳି ଆଧ୍ୟାତ୍ମିକ ଲୋକଙ୍କ ଦ୍ୱାରା ଲୋକମାନେ ପ୍ରେରିତ ହେବେ ।

ଏହା ସହ ଉଦ୍ୟୋଗ ଜଗତର ଆନନ୍ଦ ମହିନ୍ଦ୍ରା, ରତନ ଟାଟା ଏବଂ ଆଶୀଷ ଚୌହ୍ୱାନଙ୍କୁ ମଧ୍ୟ ଟ୍ୟାଗ୍‌ କରିଛନ୍ତି । ବଲିଉଡ୍‌ କଳାକାର ରଣବୀର କପୁର, ବରୁଣ ଧାଓ୍ୱନ୍‌, ଭିକି କୌଶଲ, ଅନୁଷ୍କା ଶର୍ମା, ଦିପୀକା ପାଦୂକୋନ, ଆଲିଆ ଭଟ୍ଟଙ୍କୁ ମଧ୍ୟ ଟ୍ୟାଗ୍‌ କରିଛନ୍ତି ।

ବୁଧବାର ସକାଳୁ ମୋଦି ନିଜର ଟ୍ୱିଟ୍‌ରେ କହିଛନ୍ତି ଯେ, ଆସନ୍ତୁ ଆମେ ଏମିତି ଏକ ବାତାବରଣ ସୃଷ୍ଟି କରିବା ଯାହା ଦ୍ୱାରା ଭୋଟ ଦେବା ଏକ ପ୍ରକାର ପର୍ବ ପାଲଟିବ । ଭୋଟ ଦେବା ପାଇଁ ସମସ୍ତଙ୍କ ମନରେ ଏକ ପ୍ରକାର ଉତ୍ସାହ ଲାଗି ରହିବ । ଯେଉଁମାନେ ଭୋଟ ନଦେଇପାରିବେ ସେମାନେ ପଛରେ ଯେପରି ଅନୁତାପ କରିବେ ସେଭଳି ବାତାବରଣ ସୃଷ୍ଟି କରିବାକୁ ମୋଦି ଆହ୍ୱାନ ଦେଇଛନ୍ତି ।

ସମସ୍ତଙ୍କୁ ପ୍ରଧାନମନ୍ତ୍ରର ନରେନ୍ଦ୍ର ମୋଦିଙ୍କ 4ଟି ଅପିଲ୍‌:-

  1. ଆଜି ହିଁ ନିଜ ନାମ ରେଜିଷ୍ଟର କରନ୍ତୁ ।
  2. ଭୋଟର ଲିଷ୍ଟରେ ନିଜ ନାଁ ଅଛି କି ନାହିଁ ତାହା ଭଲ ଭାବେ ଚେକ୍‌ କରନ୍ତୁ ।
  3. ଭାବିଚିନ୍ତି ନିଜର କାର୍ଯ୍ୟକ୍ରମ ପ୍ଲାନ୍‌ କରନ୍ତୁ ।
  4. ଅନ୍ୟମାନଙ୍କୁ ମଧ୍ୟ ଭୋଟ ଦେବା ପାଇଁ ପ୍ରେରଣା ଦିଅନ୍ତୁ ।
Click to comment

Leave a Reply

Your email address will not be published. Required fields are marked *

Most Popular

To Top