X
Breaking News
  • ନେପାଳରେ ଭୂକମ୍ପ ଝଟ୍‌କା
  • ଆଜି ଓଡ଼ିଶା ଆସୁଛନ୍ତି ନୀତିନ ଗଡକାରୀ
  • ନୟାଗଡ: ବନ୍ଧୁକ ଲୁଟିଲେ ମାଓବାଦୀ
ଦେଶ

ବାର୍ଷିକ ୧.୨ ପ୍ରତିଶତ ବଢିଚାଲିଛି ଭାରତର ଜନସଂଖ୍ୟା

population
courtesy: www.amarujala.com

ଭାରତର ଜନସଂଖ୍ୟା ୨୦୧୦ ଏବଂ ୨୦୧୯ ମଧ୍ୟରେ ପ୍ରତି ବର୍ଷ ୧.୨ ପ୍ରତିଶତ ବଢିବାରେ ଲାଗିଛି । ଏହି ସଂଖ୍ୟାରେ ଏହାର ବୈାଦ୍ଧିକ ପ୍ରତିଶତ ୧.୧ ରହିଛି । ଭାରତର ଆୟତନ ଅନୁସାରେ ଚୀନଠାରୁ ଦୁଇଗୁଣ ଅଧିକ ରହିଛି । ଚୀନରେ ପ୍ରତି ବର୍ଷ ଜନସଂଖ୍ୟା ୦.୫ ପ୍ରତିଶତ ବୃଦ୍ଧି ପାଉଛି । ଏହା ଆୟତନ ସଂଯୁକ୍ତ ରାଷ୍ଟ୍ର ଜନସଂଖ୍ୟା କୋଷର ଷ୍ଟେଟ୍ ଅଫ୍ ୱାଲ୍ଡ ପପୁଲେସନ ୨୦୧୮ ରିପୋର୍ଟ ଉପରେ ଆଧାରିତ ଅଟେ । ଏହି ରିପୋର୍ଟ ବୁଧବାର ଦିନ ଜାରୀ କରାଯାଇଛି ।

ବିଶ୍ୱର ଜନସଂଖ୍ୟା ୨୦୧ରେ ବଢି ୭୭୧.୫ କୋଟି ହୋଇଛି । ଯାହା ପୂର୍ବ ବର୍ଷ ୭୬୩.୩ କୋଟି ରହିଥିଲା । ବିକଶିତ ହୋଇନଥିବା ଦେଶ ମାନଙ୍କରେ ଜନସଂଖ୍ୟା ବୃଦ୍ଧି ପାଉଛି । ଆଫ୍ରିକାର ଆୟତନ ଅନୁସାରେ ପ୍ରତି ବର୍ଷ ୨.୭ ପ୍ରତିଶତ ରହିଛି । ୟୁଏନଏଫପିଏ ପଚାଶ ବର୍ଷ ହେଲା ସ୍ଥାପିତ ହୋଇଛି । ଏହାକୁ ସ୍ଥାପନ କରିବାର ମୁଖ୍ୟ ଉଦ୍ଦେଶ୍ୟ ପ୍ରଜନନ ସ୍ତରକୁ କମାଇବା ସହ ଦେଳକୁ ସମର୍ଥନ କରିବା । ଅନୁମାନ କରାଯାଉଛି ଯେ ୨୦୫୦ ବେଳକୁ ଜନସଂଖ୍ୟା ବଢିବାରେ ଆଫ୍ରିକା ଏବଂ ଅଧିକ ଜନସଂଖ୍ୟା ଥିବା ଦେଶ ଭାରତ ଏବଂ ନାଇଜେରିଆ ରହିବ । ଭାରତର ୨୪ଟି ରାଜ୍ୟରେ ଜନସଂଖ୍ୟା ପ୍ରତି ମହିଳା ୨.୧ ପ୍ରଜନନ ରହିଛି । ଏହି ଘଟଣାରେ ୟୁଏନଏଫପିଏ ଇଣ୍ଡିଆର ଅଫିସର କହିଛନ୍ତି ଯେ ଭାରତରେ ବଢୁଥିବା ଜନସଂଖ୍ୟା ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ । ଏମାନଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଅର୍ଥାବସ୍ଥା ବିକଶିତ ହେବା ଆବଶ୍ୟକ । ରିପୋର୍ଟନୁସାରେ ଏହି ସମୟରେ ୨୫ ବର୍ଷ ପୂର୍ବରୁ ଜନସଂଖ୍ୟା ଏବଂ ବିକାଶ ପାଇଁ ଅନ୍ତରାଷ୍ଟ୍ରୀୟ ସମ୍ମିଳନୀ ୧୯୯୪ରେ ହୋଇଥିଲା । ଏହି ସମ୍ମିଳନୀରେ ୧୭୯ ସରକାର ଜନସଂଖା ବୃଦ୍ଧିକୁ ସମ୍ବୋଧିତ କରିବା ସହ ପ୍ରଜନନ ସ୍ୱାସ୍ଥ୍ୟ ଉପରେ ଆଧାରିତ ଦୃଷ୍ଟି ଦେଇଛନ୍ତି ।
ବୟସକୁ ନେଇ ଜନସଂଖ୍ୟା:

୧- ବିଶ୍ୱଜନସଂଖ୍ୟା ଅନୁସାରେ ୦-୧୪ ବୟସର ବ୍ୟକ୍ତିଙ୍କ ସଂଖ୍ୟା ୨୬ ପ୍ରତିଶତ , ୧୫-୬୪ ବୟସର ବ୍ୟକ୍ତି ସଂଖ୍ୟା ୬୫ ପ୍ରତିଶତ, ୬୫ରୁ ଅଧିକ ବୟସର ବ୍ୟକ୍ତିଙ୍କ ସଂଖ୍ୟା ୯ପ୍ରତିଶତ ଅଟେ ।
୨- ଭାରତର ସଂପୂର୍ଣ୍ଣ ଜନସଂଖ୍ୟା ୦-୧୪ ବୟସର ବ୍ୟକ୍ତି ସଂଖ୍ୟା ୨୭ ପ୍ରତିଶତ, ୧୫-୬୪ ବୟସର ବ୍ୟକ୍ତି ସଂଖ୍ୟା ୬୭ ପ୍ରତିଶତ, ୬୫ରୁ ଅଧିକ ବୟସର ବ୍ୟକ୍ତିଙ୍କ ସଂଖ୍ୟା ୬ ପ୍ରତିଶତ ଅଟେ ।
୩- ଚୀନର ସଂପୂର୍ଣ୍ଣ ଜନସଂଖ୍ୟା ୦-୧୪ ବୟସର ବ୍ୟକ୍ତି ସଂଖ୍ୟା ୧୮ ପ୍ରତିଶତ, ୧୫-୬୪ ବୟସର ବ୍ୟକ୍ତି ସଂଖ୍ୟା ୭୧ ପ୍ରତିଶତ, ୬୫ରୁ ଅଧିକ ବୟସର ବ୍ୟକ୍ତିଙ୍କ ସଂଖ୍ୟା ୧୨ ପ୍ରତିଶତ ଅଟେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top