ଦେଶ

ଆରିହାଣ୍ଟର ପ୍ରଥମ ଗସ୍ତ ସଫଳ, ଏପରି ବୁଡ଼ାଜାହାଜ ରଖିବାରେ ଭାରତ ତୃତୀୟ

Courtesy: http://www.defenseworld.net

ନୂଆଦିଲ୍ଲୀ: ଆଇଏନ୍‌ଏସ୍‌ ଆରିହାଣ୍ଟର ପ୍ରଥମ ଗସ୍ତ ସଫଳ ହୋଇଛି । ଭାରତର ପ୍ରଥମ ବାଲିଷ୍ଟିକ୍‌ ମିସାଇଲ ପରିବହନକାରୀ ଯୁଦ୍ଧ ଜାହାଜ ହେଉଛି ଆଇଏନ୍‌ଏସ୍‌ ଆରିହାଣ୍ଟ । ପରମାଣୁ ଅସ୍ତ୍ର ବହନ କରିବା ସହ ଜୋରଦାର ଆକ୍ରମଣ କରିବାର କ୍ଷମତାସମ୍ପର୍ଣ୍ଣ ଆରିହାଣ୍ଟ ଦେଶକୁ ସୁରକ୍ଷା କ୍ଷେତ୍ରରେ ଦେଇଛି ନୂଆ ପରିଚୟ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ସୋମବାର) ଏହି ପ୍ରୋଜେକ୍ଟରେ ସାମିଲ ବୁଡ଼ାଜାହଜ ଆରିହାଣ୍ଟର କ୍ର୍ୟୁ ମେମ୍ବରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ଐତିହାସିକ ଦିନ ବୋଲି ମଧ୍ୟ ମୋଦି କହିଛନ୍ତି ।

୬ ହଜାର ଟନ୍‌ର ବୁଡ଼ାଜାହାଜ ଆରିହାଣ୍ଟ
ଏହି ସମୟରେ ଏମିତି ପରମାଣୁ ଅସ୍ତ୍ରର ଆବଶ୍ୟକତା ରହିଛି । ଆଇଏନଏସ୍‌ ଆରିହାଣ୍ଟ ଏପରି ସ୍ଥାନରେ ଆଲର୍ଟ କରାଯିବ ଯେଉଁଠାରେ ଶତ୍ରୁ ଦେଶ ପରମାଣୁ ଆକ୍ରମଣର ଧମକ ଦେଉଛନ୍ତି ବୋଲି କହିଛନ୍ତି ନରେନ୍ଦ୍ର ମୋଦି । ୬ ହଜାର ଟନ୍‌ ବିଶିଷ୍ଟ ଆରିହାଣ୍ଟ ନିର୍ମାଣର ତଦାରଖ  ମୋଦି କରୁଥିଲେ ।

ଆରିହାଣ୍ଟକୁ ଡିଟେକ୍ଟ କରିବା ସହଜ ନୁହେଁ
ଆଇଏନଏସ୍‌ ଆରିହାଣ୍ଟ ବହୁ ଗୁରୁତ୍ୱପୂର୍ଣ ଅସ୍ତ୍ର । ଏହି ବୁଡ଼ାଜାହାଜ ସମୁଦ୍ର ଉପକୂଳରେ ଅବସ୍ଥିତ ଯେକୌଣସି ସହରକୁ ଧ୍ୱଂସ କରିପାରିବ । ଏହାସହ ଏହାକୁ ଡିଟେକ୍ଟ କରିବା କଷ୍ଟସାଧ୍ୟ । ଶତ୍ରୁ ଦେଶଗୁଡ଼ିକର ସମୁଦ୍ର କୂଳକୁ ଯାଇ ସେହି ଅଞ୍ଚଳ ଉପରେ ଆକ୍ରମଣ କରିପାରିବ ବୋଲି ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି ।

ଏପରି ବୁଡ଼ାଜାହାଜ ରଖିବାରେ ଭାରତ ତୃତୀୟ
ଆଇଏନଏସ୍‌ ଆରିହାଣ୍ଟ ପାଖରେ ଜଳ ସହିତ ଭୂମି ଏବଂ ଆକାଶରେ ହମଲା କରିପାରିବାର କ୍ଷମତା ରହିଛି । ଆଜି ପର୍ଯ୍ୟନ୍ତ ଏଭଳି ବୁଡ଼ାଜାହାଜ କେବଳ ଆମେରିକା ଏବଂ ରୁଷ ପାଖରେ ଥିଲା ।

ଦେଶରେ ଏପରି ଏକ ବିକାଶରେ ଖୁସିର ଲହରୀ ଖେଳିଯାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି ପ୍ରଧାନମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଦେଶର ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଦକ୍ଷେପ ୧୩୦ କୋଟି ଦେଶବାସୀଙ୍କ ପାଇଁ ଲାଭଦାୟକ ହେବ ବୋଲି ମଧ୍ୟ ଟ୍ୱିଟ୍‌ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ।

ଏହାସହ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଭାରତୀୟ ସେନା ଏବଂ ବୈଜ୍ଞାନକ ଟିମ୍‌କୁ ଧନ୍ୟବାଦ ଜଣାଇଛନ୍ତି । ଏହି ବୁଡ଼ାଜାହଜ ନିର୍ମାଣରେ ମୋଦିଙ୍କ ନେତୃତ୍ୱ ପାଇଁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ନିର୍ମଳା ସୀତାରମଣ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top