ଖେଳ

ଭାରତରେ ମଧ୍ୟ ଟେଷ୍ଟ କ୍ରିକେଟ ‘ଗୋଲାପି’ : ଆଜିଠୁ ଦିବା-ରାତ୍ର ଐତିହାସିକ ମ୍ୟାଚ୍‌

pink boll

କୋଲକାତା : ଶେଷରେ 7 ବର୍ଷର ଅପେକ୍ଷା ଶେଷ ହୋଇଛି । କୋଲକାତାର ଐତିହାସିକ ଇଡେନ୍ ଗାର୍ଡେନ୍ ପଡ଼ିଆରେ ଆଜିଠୁ ଆରମ୍ଭ ହୋବକୁ ଯାଉଛି ଭାରତର ଟେଷ୍ଟ କ୍ରିକେଟ (ଗୋଲାପି) । ଏହି ଐତିହାସିକ ମ୍ୟାଚ୍‌ଟି ଗୋଲାପି ବଲ୍‌ରେ ଖେଳାଯିବ। ଯାହା ଭାରତୀୟ କ୍ରିକେଟ୍ ଦଳ ପାଇଁ ପ୍ରଥମ ଅଭିଜ୍ଞତା ହେବ। ପ୍ରତିପକ୍ଷ ବାଂଲାଦେଶ ମଧ୍ୟ ପ୍ରଥମ ଥର ପାଇଁ ଗୋଲାପି ବଲ୍ କ୍ରିକେଟ୍ ଖେଳିବ।  ଦିବା ରାତ୍ର ଟେଷ୍ଟ୍‌ରେ ଅଧିନାୟକତ୍ବ କରିବାରେ ବିରାଟ କୋହଲି ପ୍ରଥମ ଭାରତୀୟ ଅଧିନାୟକ ହେବେ। ବହୁ ପ୍ରତୀକ୍ଷିତ ମ୍ୟାଚ୍ ଅପରାହ୍ନ ଗୋଟାଏରୁ ଆରମ୍ଭ ହେବ।

ଗୋଲାପି ଟେଷ୍ଟ ମ୍ୟାଚ୍ ପ୍ରଥମେ 4ବର୍ଷ ପୂର୍ବରୁ 2015ରେ ଅଷ୍ଟ୍ରେଲିଆ-ନ୍ୟୁଜଲ୍ୟାଣ୍ଡ ମଧ୍ୟରେ ଏଡିଲେଡ ଓବଳରେ ହୋଇଥିଲା । ସେବେଠାରୁ ଏହି ଖେଳକୁ 8ଟି ଦେଶ ଏହି  ଖେଳ ଖେଳିସାରିଛି । ଆଜି ଭାରତ ଓ ବାଙ୍ଗଲାଦେଶ ଇର୍ଡନ ଗାର୍ଡେନରେ ପ୍ରଥମ ଥର ପାଇଁ ଖେଳିବାକୁ ଯାଉଛନ୍ତି । କୋଲକତା ଏହି ଖେଳ ପାଇଁ ବହୁ ଦିନରୁ ପ୍ରସ୍ତୁତ ହୋଇଛି । ଅନ୍ୟଅର୍ଥରେ କହିବାକୁ ଗଲେ ପୁରା ଗୋଲାପି ରଙ୍ଗରେ ରଙ୍ଗିନ୍‌ ହୋଇଛି କୋଲକତା । କୋଲକତା କ୍ରିକେଟ ସଙ୍ଘର କାର୍ଯ୍ୟାଳୟରୁ ଆରମ୍ଭ କରି ସିଟି ଅଫ ଜୟ’ର କାନ୍ଥ ଗୋଲାପୀ ରଙ୍ଗରେ ରଙ୍ଗିନ୍‌ ହୋଇଛି । ଏଥିସହିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top