ନ୍ୟୁଜ୍

ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଲାଗିବ ଇନ୍‌ଷ୍ଟ୍ରୁମେଣ୍ଟ ଲେଣ୍ଡିଂ ସିଷ୍ଟମ

jharsuguda

ସମ୍ବଲପୁର: ଆସନ୍ତା ଡିସେମ୍ବର ସୁଦ୍ଧା ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଲାଗିବ ଆଇଲସ ବା ଇନଷ୍ଟ୍ରୁମେଣ୍ଟ ଲେଣ୍ଡିଂ ସିଷ୍ଟମ । ଏହି ସିଷ୍ଟମ ଲାଗିଲେ କୌଣସି ପାଗରେ ବି ବିମାନ ଅବତରଣ କରିପାରିବ । ଏନେଇ ଝାରସୁଗୁଡା ବିମାନ ବନ୍ଦରର ନିର୍ଦେଶକ ଏସ କେ ଚୌହାନ ସୂଚନା ଦେଇଛନ୍ତି ।

ସେହିପରି ଭୁବନେଶ୍ବର ବିମାନ ବନ୍ଦର ସାମୟିକ ବନ୍ଦ ସମୟରେ ଯଦି ବିମାନକୁ ଝରସୁଗୁଡାରେ ଅବତରଣ କରାଯାଏ ତେବେ ଏଠାରେ ସମସ୍ତ ପ୍ରକାର ସୁବିଧା ରହିଥିବା ସେ କହିଛନ୍ତି । ଦିନ ରାତି ୨୪ ଘଣ୍ଟା ଝାରସୁଗୁଡା ବିମାନ ବନ୍ଦର ଅପରେଟ କରାଯିବାର ସୁବିଧା ଥିବା ନିର୍ଦେଶକ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top