X
Breaking News
ନ୍ୟୁଜ୍

ଜାତି ପ୍ରଥା ବିବାଦ ଯୋଗୁଁ ତିନି ଦିନ ହେବ ପଡ଼ି ରହିଛି ମହିଳାଙ୍କ ମୃତଦେହ

mayurbhanj

ମୟୁରଭଞ୍ଜ: ଏବେ ବି ଜାତିପ୍ରଥାକୁ ନେଇ ରହିଛି ବାଦ ବିବାଦ । ନିଚ ଜାତି ଉଚ୍ଚ ଜାତି ମଧ୍ୟରେ ଏବେ ବି ଭେଦଭାବ ରହିଛି । ଏକ ବିଂଶ ଶତାବ୍ଦିର ଏହି ଆଧୁନିକ ଯୁଗରେ ଜାତି ପ୍ରଥାକୁ ନେଇ ଭେଦ ଭାବ ରହିଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ କହିଲେ ଅତ୍ୟୁକ୍ତି ହେବ ନାହିଁ ।

ତେବେ ଏହି ଜାତିପ୍ରଥାକୁ ନେଇ ଦୀର୍ଘ 3 ଦିନ ହେବ ଜଣେ ମହିଳାଙ୍କ ଶବ ଗାଁରେ ପଡ଼ି ରହିଛି । ଜାତି ପ୍ରଥା ବିବାଦ ଯୋଗୁଁ ଗାଁ ଲୋକେ ପୋଡ଼ିବାକୁ ଦେଉ ନାହାନ୍ତି । ଏଭଳି ଘଟଣା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ ନିଶ୍ଚୟ । ଏହି ଘଟଣାଟି ହେଉଛି ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା କୁଚେଇ ଗାଁର ।

ମୃତ ମହିଳାଙ୍କ ଶ୍ୱଶୁର ଅନ୍ୟ ଜାତିର ମହିଳାଙ୍କୁ ବିବାହ କରିଥିବାରୁ ଗାଁ ମୁଖିଆ ଜୋରିମାନା ନିର୍ଦ୍ଦେଶ ଦେଇଥିଲେ । ତେବେ ଗାଁ ଲୋକଙ୍କୁ ମହିଳାଙ୍କ ସ୍ୱାମୀ ଜୋରିମାନା ଦେଇ ନପାରି ନାହାନ୍ତି । ଏହି କାରଣରୁ ତିନି ଦିନ ହେବ ତାଙ୍କ ପତ୍ନୀଙ୍କ ମୃତ୍ୟ ହୋଇଥିଲେ ମଧ୍ୟ ଗାଁ ଲୋକ ଶବ ଉଠିବାକୁ ଦେଉ ନାହାନ୍ତି ।

ସୂଚନା ଅନୁଯାୟୀ, ଗତ ତିନି ଦିନ ପୂର୍ବେ ଜଣ୍ଡିସ୍‌ରେ ମହିଳାଙ୍କର ମୃତ୍ୟୁ ହୋଇଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top