ଦେଶ

କର୍ଣ୍ଣାଟକରେ ଆରମ୍ଭ ହେଲା ଆନ୍ତ ରାଜ୍ୟ ଟ୍ରେନ୍ ସେବା

ନୂଆଦିଲ୍ଲୀ: କର୍ଣ୍ଣାଟକରେ ଆରମ୍ଭ ହେଲା ଅନ୍ତ ରାଜ୍ୟ ଟ୍ରେନ୍ ସେବା ।  କେନ୍ଦ୍ର ସରକାର ଲକଡାଉନ୍‌ର ଚତୁର୍ଥ ପର୍ଯ୍ୟାୟ ଘୋଷଣା କରିବା ପରେ ଅନେକ କୋହଳ ରାଜ୍ୟମାନଙ୍କୁ ଦେଇଥିଲେ। ଏହାପରେ କର୍ଣ୍ଣାଟକ ସରକାର ରାଜ୍ୟରେ ଟ୍ରେନ ଚଳାଚଳ ପାଇଁ ନିଷ୍ପତ୍ତି ନେଇଥିଲେ। ଆଜି କର୍ଣ୍ଣାଟକରେ ପ୍ରଥମ  ଇଣ୍ଟର ଷ୍ଟେଟ୍ ଟ୍ରେନ୍ ସେବା ଆରମ୍ଭ ହୋଇଛି |

 ବାଙ୍ଗାଲୋରରୁ ବେଲାଗାଭି ପର୍ଯ୍ୟନ୍ତ ସପ୍ତାହରେ ତିନି ଦିନ ଚାଲୁଥିବା ଏହି ଟ୍ରେନ୍ ଶୁକ୍ରବାର ଦିନ 338 ଯାତ୍ରୀଙ୍କୁ ନେଇ ସେବା ଆରମ୍ଭ କରିଛି। ଲକଡାଉନ୍‌ରେ ଗୋଟିଏ ସହରରୁ ଅନ୍ୟ ସହରକୁ ଯିବା ପାଇଁ ଦୁଇ ମାସ ହେଲା ଲୋକେ ଅନେକ ପ୍ରକାର ର ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏବେ ଏହି ଟ୍ରେନ ସେବା ଆରମ୍ଭ ହୋଇ ଥିବାରୁ ଲୋକମାନେ ଏହାକୁ ସ୍ୱାଗତ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top