ନ୍ୟୁଜ୍

ମ୍ୟାକ୍‌-ଡିର ଫ୍ରାଞ୍ଚାଇଜ୍‌ ପାଇଁ ବାପା କହୁଥିଲେ,ଏବେ ତା’ଠୁ ୪ ଗୁଣା ବଡ଼ କମ୍ପାନୀର ମାଲିକ ଜୁକରବର୍ଗ

Mark_Zuckerberg.
courtesy:www.recode.net

ନ୍ୟୁୟର୍କ: ସବୁଠୁ ବଡ଼ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଫେସବୁକ୍‌ ୧୫ ବର୍ଷରେ ପଦାର୍ପଣ କରିଛି । ୪ ଫେବୃଆରୀ ୨୦୦୪ରେ ଫେସବୁକ ଲଞ୍ଚ କରିଥିଲେ ମାର୍କ ଜୁକରବର୍ଗ । ଏହି ଅବସରରେ ଫେସବୁକର ଫାଉଣ୍ଡର ତଥା ସିଇଓ ମାର୍କ ଜୁକରବର୍ଗଙ୍କୁ ନେଇ ତାଙ୍କ ଭଉଣୀ କିଛି ଏମିତି କଥା କହିଛନ୍ତି ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ ।

ଦିନେ ମାର୍କଙ୍କ ବାପା ମ୍ୟାକଡୋନାଲ୍ଡର ଫ୍ରାଞ୍ଚାଇଜ୍‌ ଆଣି ଚଳାଇବାକୁ କହିଥିଲେ । କିନ୍ତୁ ମାର୍କ ଆଜି ୩ଟି ମ୍ୟାକ୍‌ଡୋନାଲ୍ଡ କମ୍ପାନୀ କିଣିପାରିବାର କ୍ଷମତା ରଖିଛନ୍ତି । ପ୍ରକୃତରେ ମାର୍କ ଏବଂ ତାଙ୍କର ତିନି ଭଉଣୀଙ୍କୁ କଲେଜ୍‌ରେ ପଢିବା ପୂର୍ବରୁ ଏକ ବ୍ୟବସାୟ କରିବାର ଉପାୟ ଦେଇଥିଲେ ତାଙ୍କ ବାପା । ସେ କହିଥିଲେ ଯେ ମ୍ୟାକ୍‌ଡୋନାଲ୍ଡର ଫ୍ରାଞ୍ଚାଇଜ୍‌ ଆଣି ଚଳାଇବାକୁ । କିନ୍ତୁ ସେମାନେ କିଛି ନୂଆ କରିବାର ସ୍ୱପ୍ନ ଦେଖଥିଲେ ଏବଂ ତାଙ୍କ ବାପା ମଧ୍ୟ ସମର୍ଥନ କରିଥିଲେ ବୋଲି ମାର୍କଙ୍କ ଭଉଣୀ ରେଡି କହିଛନ୍ତି ।

ଏବେ ମାର୍କ ୩୪ ଲକ୍ଷ କୋଟି ଟଙ୍କାର ଫେସ୍‌ବୁକ କମ୍ପାନୀର ମାଲିକ । ଏହି ମୂଲ୍ୟ ମ୍ୟାକଡୋନାଲ୍ଡର ମାର୍କେଟ ପ୍ରାଇସ୍‌ଠୁ ୩.୫ ଗୁଣା ଅଧିକ । ମାର୍କ ଫେସବୁକ ଆରମ୍ଭ କରିବା ପାଇଁ ୨୦୦୪ରେ ହାବାର୍ଡରୁ ପାଠପଢା ଛାଡ଼ିଦେଇଥିଲେ । ଅଧାରେ ପାଠପଢା ଛାଡ଼ିବାକୁ ନେଇ ବାପା-ମା’ଙ୍କ ପ୍ରତିକ୍ରୀୟା ଏତେ ଭଲ ନଥିଲା ବୋଲି ମାର୍କଙ୍କ ଭଉଣୀ ରେଡି କହିଛନ୍ତି । ସେମାନେ ଚାହୁଁଥିଲେ ଯେ ଯଦି ବିଜ୍‌ନେସ୍‌ କରିବାର ଥିଲା ତ ମ୍ୟାକଡୋନାଲ୍ଡର ଫ୍ରାଞ୍ଚାଇଜ୍‌ ନେବାର ଥିଲା ।

କିନ୍ତୁ ଏବେ ପୁରା ଦୁନିଆରେ ଫେସବୁକର ୨୩୨ କୋଟି ୟୁଜର ଅଛନ୍ତି । ସୋମବାର ଫେସବୁକକୁ ୧୫ ବର୍ଷ ପୂରା ହେଲା ।  ମାର୍କଙ୍କ ଭଉଣୀଙ୍କର ଏବେ ଗୋଟିଏ ନିଜସ୍ୱ ମିଡିଆ କମ୍ପାନୀ (ଜୁକରବର୍ଗ ମିଡିଆ) ରହିଛି । ପୂର୍ବରୁ ସେ ଫେସବୁକରେ କାର୍ଯ୍ୟ କରୁଥିଲେ ।

ଭଉଣୀ ପାଇଁ ଓବାମାଙ୍କୁ ସାକ୍ଷାତ କରିପାରିନଥିଲେ
ରେଡି ଏବଂ ମାର୍କ ପରଷ୍ପରଙ୍କୁ ବହୁ ସପୋର୍ଟ କରନ୍ତି । ପୂର୍ବ ବର୍ଷ ଏକ ଖରାପ ପୋଷ୍ଟ ପାଇଁ ମାର୍କଙ୍କୁ ନିନ୍ଦିତ ହେବାକୁ ପଡ଼ିଥିଲା । କିନ୍ତୁ ସେତେବେଳେ ତାଙ୍କ ଭଉଣୀ ରେଡି ମାର୍କଙ୍କୁ ସମର୍ଥନ କରିଥିଲେ । ମାର୍କ ଜୁକରବର୍ଗ ଭଉଣୀଙ୍କର ପ୍ରଥମ ଶୋ ଦେଖିବା ପାଇଁ ତତ୍କାଳୀନ ରାଷ୍ଟ୍ରପତି ବାରାକ ଓବାମାଙ୍କ ସହ ସାକ୍ଷାତ କରିପାରିନଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top