X
Breaking News
  • ନେପାଳରେ ଭୂକମ୍ପ ଝଟ୍‌କା
  • ଆଜି ଓଡ଼ିଶା ଆସୁଛନ୍ତି ନୀତିନ ଗଡକାରୀ
  • ନୟାଗଡ: ବନ୍ଧୁକ ଲୁଟିଲେ ମାଓବାଦୀ
ଟେକ୍ନୋଲୋଜି

ଉଡ଼ାଣ ଭରିଲା ବିଶ୍ୱର ସର୍ବବୃହତ୍ତ ବିମାନ, ଦେଖନ୍ତୁ ଭିଡିଓ..

Courtesy: www.stratolaunch.com

ୱାଶିଂଟନ: ବହୁ ପ୍ରତିକ୍ଷାର ଅନ୍ତ ଘଟାଇ ଉଡ଼ାଣ ଭରିଲା ବିଶ୍ୱର ସର୍ବବୃହତ୍ତ ବିମାନ । ଷ୍ଟ୍ରାଟୋଲଞ୍ଚ୍‌ ଉଡ଼ାଣ ଭରିବା ପରେ ବିଶ୍ୱରେ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ‘ସ୍କେଲ୍‌ଡ୍‌ କମ୍ପୋଜାଇଟ୍‌’ ନାମକ ଏକ କମ୍ପାନୀ ତିଆରି ହୋଇଥିବା ଷ୍ଟ୍ରାଟୋଲଞ୍ଚ୍‌ ଦେଖିବା ପାଇଁ ମଧ୍ୟ ବିଚିତ୍ର ।

ମୋଜାଭେ ମରୁଭୂମି ଉପରେ ଏହି ବିମାନଟି ଉଡ଼ାଣ ଭରିବା ସହ ପ୍ରାୟ ଅଢ଼େଇ ଘଣ୍ଟା ଧରି ଆକାଶରେ ରହିଥିଲା । ଏହାର ଲମ୍ବ ୨୩୮ ଫୁଟ୍‌ । ବିମାନରେ ଲାଗିଥିବା ଡେଣାର ଲମ୍ବ ୩୮୫ ଫୁଟ୍ । ଏଥିରେ ୬ଟି ବୋଇଂ ୭୪୭ ଇଞ୍ଜିନ୍‌ ଲାଗିଛି ।

ଘଣ୍ଚାପ୍ରତି ଏହି ବିମାନର ବେଗ ୩୦୨.୪ କିଲୋମିଟର ରହିଥିବା ବେଳେ ଏହା ୧୭ ହଜାର ଫୁଟ୍‌ ଉଚ୍ଚରେ ଉଡ଼ିପାରିବାର କ୍ଷମତା ରଖିଛି । ଦୁଇଟି ବଡି ଥିବା ଏହି ଷ୍ଟ୍ରାଟୋଲଞ୍ଚ୍‌ ଉଡ଼ାଣ ଭରିବାର କିଛି ଦୃଶ୍ୟ ଦେଖନ୍ତୁ…

Click to comment

Leave a Reply

Your email address will not be published. Required fields are marked *

Most Popular

To Top