ଦେଶ

18800 ଫୁଟ୍‌ ଉଚ୍ଚତା ଉପରେ ଯବାନମାନଙ୍କ ଯୋଗଭ୍ୟାସ  

ଅର୍ଗସ ବ୍ୟୁରୋ: 18800  ଫୁଟ୍‌ ଉଚ୍ଚତା ଉପରେ  ଯବାନମାନଙ୍କ ଯୋଗଭ୍ୟାସ । ସିକ୍କିମରେ ଆଇଟିବିପିର ଯବାନମାନେ ଆଜି ଅନ୍ତର୍ଜାତୀୟ ଯୋଗ ଦିବସରେ 18,800 ଫୁଟ୍‌ର ଉଚ୍ଚତା ଉପରେ ସାମାଜିକ ଦୁରତା ରକ୍ଷାକରି ଯୋଗ କରିଛନ୍ତି । ଅନ୍ୟପକ୍ଷରେ ଆଜିର ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନ ମନ୍ତ୍ରୀ ମୋଦି ଦେଶବାସୀଙ୍କୁ ସ୍ୱତନ୍ତ୍ର ବାର୍ତ୍ତା ଦେଇଛନ୍ତି । ପ୍ରଥମ ଥର ପାଇଁ ସାରା ବିଶ୍ୱରେ ୨୦୧୫ ମସିହା ଜୁନ ୨୧ରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଥିଲା କିନ୍ତୁ ଆଜି ପ୍ରଥମ ଥର ପାଇଁ ଏହା ଡିଜିଟାଲ ମାଧ୍ୟମରେ ପାଳନ କରାଯାଉଛି। ୨୦୧୪ ଡିସେମ୍ବର ୧୧ରେ ଜାତିସଂଘ ସାଧାରଣ ସଭାରେ ଜୁନ ୨୧କୁ ଆନ୍ତର୍ଜାତିକ ଯୋଗ ଦିବସ ଭାବେ ପାଳନ କରିବାକୁ ସର୍ବସମ୍ମତି ଭାବେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

ଷଷ୍ଠ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ ଯୋଗ ଦିବସ ଏକଜୁଟ ରହିବାର ବାର୍ତ୍ତା ଦେଇଥାଏ ଓ ଏହା ବିଶ୍ୱ ବନ୍ଧୁତ୍ୱର ବାର୍ତ୍ତା ପ୍ରସାର କରାଇଥାଏ। ସେ କହିଛନ୍ତି ଯେ ଯାହା ଆମକୁ ନିକଟତର ହେବ ଶିଖାଇଥାଏ ତାହା ଯୋଗ ଅଟେ। ମୋଦି କହିଛନ୍ତି, ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ବିଶ୍ୱର କୋଣ ଅନୁକୋଣରୁ ଏତେ ସଂଖ୍ୟାରେ ଲୋକମାନେ My Life – My Yoga ଭିଡିଓ ପ୍ରତିଯୋଗିତାରେ ଭାଗ ନେବା ଯୋଗ ପ୍ରତି ଥିବା ଉତ୍ସାହ ପ୍ରତିପାଦନ କରୁଛି।  ସେପଟେ କେନ୍ଦ୍ରମନ୍ତ୍ରୀ ମୁକ୍ତାର ଅବାସ ନକବୀ ଯୋଗଭ୍ୟାସ କରିଛନ୍ତି। ବିଭିନ୍ନ ସମ୍ପ୍ରଦାୟର ଲୋକମାନଙ୍କ ସହ ମିଶି ସେ ଯୋଗଭ୍ୟାସ କରିଥିବା ଜଣାଯାଇଛି । ଚଳିତ ବର୍ଷର ଏହି ଦିବସ ପାଇଁ ଥିମ୍‌ ରହିଛି ‘ୟୋଗା ଫର୍‌ ହେଲ୍‌ଥ-ୟୋଗା ଆଟ୍‌ ହୋମ୍‌’ ଅର୍ଥାତ୍‌ “ସ୍ୱାସ୍ଥ୍ୟ ପାଇଁ ଯୋଗ କରନ୍ତୁ , ଘରେ ହିଁ ଯୋଗ କରନ୍ତୁ” ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top