ଦେଶ

ଆଜି ଅନ୍ତର୍ଜାତୀୟ ‘ଯୋଗ ଦିବସ’, ଦେଶବାସୀଙ୍କୁ ସମ୍ବୋଧିତ କଲେ ମୋଦି

ନୂଆଦିଲ୍ଲୀ: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । କୋରୋନା ସଙ୍କଟ ମଧ୍ୟରେ ଏହି ଅବସରରେ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି । ମହାମାରୀ କୋରୋନା କାରଣରୁ ଏ ବର୍ଷ ଲୋକମାନେ ଗୋଟିଏ ସ୍ଥାନରେ ଏକଜୁଟ ନ ହୋଇ ନିଜ ନିଜ ଘରେ ରହି ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ  ଯୋଗ କରିବେ ।  ଏହା ପ୍ରଥମ ଥର ଯାହାକି ଡିଜିଟାଲ ପ୍ଲାଟଫର୍ମରେ ଅନ୍ତର୍ଜାତୀୟ ଯୋଗ ଦିବସ  କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି ଅବସରରେ ମୋଦି ରାଷ୍ଟ୍ରକୁ ସମ୍ବୋଧିତ କରିଛନ୍ତି  । ସମ୍ବୋଧନରେ ମୋଦି କହିଛନ୍ତି କୋରୋନାକୁ ହରାଇବାକୁ ହେଲେ ଯୋଗ ଜରୁରୀ ।  ସେ ଆହୁରି ମଧ୍ୟ କହିଛନ୍ତିି  ଯୋଗ ଦିବସ ଏକଜୁଟ ହେବାର ଦିନ,  ଆଜିର ଦିନକୁ ଭାବାତ୍ମକ ଦିନ କରିଲେ କିଛି ଭୁଲ୍‌ ହେବ ନାହିଁ ବୋଲି ମୋଦି ନିଜ ବାର୍ତ୍ତା ଦେଇଛନ୍ତି । ଯୋଗାଭ୍ୟାସ  କଲେ ଆମର ଇମ୍ୟୁନିଟ୍‌ କ୍ଷମତା ବଢେ ବୋଲି ମୋଦି କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top