ଟେକ୍ନୋଲୋଜି

ଆଉ ନାହାଁନ୍ତି କଟ୍‌-କପି-ପେଷ୍ଟର ଉଦ୍ଭାବକ, ୭୪ ବର୍ଷରେ ପରଲୋକ

ଅର୍ଗସ ବ୍ୟୁରୋ: କଟ-କପି-ପେଷ୍ଟର ଉଦ୍ଭାବକଙ୍କ ମୃତ୍ୟୁ । 74 ବର୍ଷ ବୟସରେ ବୈଜ୍ଞାନିକ ଲୈରି ଟେସ୍ଳରଙ୍କ ନିଧନ ଘଟିଛି । ଲୈରି ଟେସ୍ଲର କମ୍ପ୍ୟୁଟର ସାଇନ୍‌ଟିଷ୍ଟ ଥିଲେ । ୟୁଜର ଇଣ୍ଟରଫେସ୍‌କୁ ନେଇ ସେ ବହୁ ବଡ଼ ବଡ଼ ରିସର୍ଚ କରିଛନ୍ତି, ଯେଉଁଥିପାଇଁ  ସେ ବେସ୍  ଜଣାଶୁଣା ।

ତେବେ କଟ, କପି ଓ ପେଷ୍ଟ  ହେଉଛି ଏକ ଏପରି ଟର୍ମ ଯାହାର ବିନା ସାହାଯ୍ୟରେ କମ୍ପ୍ୟୁଟର ଓ ସୋସିଆଲ  ମିଡିଆରେ କୌଣସି କାର୍ଯ୍ୟ କରିବା ସମ୍ଭବ ନୁହେଁ । କଟ, କପି ଓ ପେଷ୍ଟ  ୟୁଜର ଇଣ୍ଟରଫେସ୍‌ ଅର୍ଥାତ୍‌ ୟୁଆଇକୁ ପ୍ରସ୍ତୁତ କରିଥିଲେ ସାଇନଟିଷ୍ଟ ଲୈରି ଟେସ୍ଳର । ତାଙ୍କ ଜନ୍ମ ନ୍ୟୁୟର୍କ ରେ ହୋଇଥିଲା । ସେ ଷ୍ଟେନ୍‌ଫୋର୍ଡ ୟୁନିଭର୍ସିଟିରୁ କମ୍ପ୍ୟୁଟର ସାଇନ୍ସ କରିଥିଲେ । 1973ରେ ଲୈରି Xerox Palo Alto Research Center (ପିଏଆରସି)ରେ ଯୋଗ ଦେଇଥିଲେ ।

ଏହିଠାରୁ ହିଁ ଆରମ୍ଭ ହୋଇଥିଲା  କଟ, କପି ଓ ପେଷ୍ଟ ୟୁଜର ଇଣ୍ଟରଫେସ୍‌ର କାହାଣୀ ।  ଟେସ୍ଲର ପିଏଆରସି ରେ ଟିମ୍‌ ମାର୍ଟଙ୍କ ସହ ମିସି ଜିପ୍ସି ଟେକ୍‌ଷ୍ଟ ଏଡିଟର ପ୍ରସ୍ତୁତ କରିଲେ । ଏହି ଜେପ୍ସି ଟେଷ୍ଟ ଏଡିଟରରେ  ସେ ଟେକ୍‌ଷ୍ଟକୁ  କପି ଓ  କଟ୍‌  କରିବା ପାଇଁ  ମୋଡଲେସ୍‌ ମେଥଡ଼୍‌ ପ୍ରସ୍ତୁତ କରିଲେ ।  ଏହିଠୁ ହିଁ କଟ, କପି ପେଷ୍ଟ ଟର୍ମର ଆରମ୍ଭ ହୋଇଥିଲା । ଲୈରି ଟେଲ୍ସ ତାଙ୍କ ସିଭିରେ ଉଲ୍ଲେଖ କରିଛନ୍ତି  ଯେ, ସେ  ମୋଡଲେସ୍‌ ଏଡିଟିଙ୍ଗ  ଏବଂ କଟ, କପି ଓ ପେଷ୍ଟର ପ୍ରାରମ୍ଭିକ ଉଦ୍ଭାବକ ।  ଏଠି କହିରଖୁଛୁ ଯେ  ପିଏଆରସି ବ୍ୟତିତ ଲୈରି ଟେସ୍ଳର ଆମାଜନ୍‌ ଓ ୟ୍ୟାହୁ ସହ  ମଧ୍ୟ କାମ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top