ଖେଳ

ଆଜି ପ୍ରକାଶ ପାଇବ ଆଇପିଏଲ-୧୩ର ଖେଳସୂଚୀ: ବ୍ରିଜେଶ ପଟେଲ

ଦୁବାଇ: ଆଜି ପ୍ରକାଶ ପାଇବ ଆଇପିଏଲ-୧୩ର ଖେଳସୂଚୀ  । ଏନେଇ ସୂଚନା ଦେଇଛନ୍ତି ଆଇପିଏଲ ଅଧ୍ୟକ୍ଷ ବ୍ରିଜେଶ ପଟେଲ  ।  ତେବେ ଆଇପିଏଲ-୧୩ର ଖେଳସୂଚୀ ପ୍ରକାଶ ବିଳମ୍ବିତ ଯୋଗୁଁ ଫ୍ରାଞ୍ଚାଇଜଗୁଡ଼ିକର ଚିନ୍ତା ବଢ଼ିଯାଇଥିଲା । ଆଉ ମାତ୍ର ଦୁଇ ସପ୍ତାହ ପରେ ଆଇପିଏଲ ଆରମ୍ଭ ହେବାକୁ ଯାଉଛି । ସେପ୍ଟେମ୍ବର ୧୯ରୁ ଆରମ୍ଭ ହୋଇ ନଭେମ୍ବର ୧୦ ତାରିଖରେ ଶେଷ ହେବ । ତେଣୁ ପ୍ରଶଂସକମାନେ ସୂଚୀକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ସବୁ ଦଳ ମଧ୍ୟ ଅଭ୍ୟାସ ଆରମ୍ଭ କରିସାରିଲେଣି । ସୂଚୀ ପ୍ରକାଶ ପାଇବାରେ ଅହେତୁକ ବିଳମ୍ବ ହେଉଥିବା ବେଳେ ଶୀଘ୍ର ଘୋଷଣା କରିବାକୁ ସବୁଦଳ ଦାବି କରିଥିଲେ । ଏଭଳି ସ୍ଥିତିରେ ସୂଚୀ ପ୍ରକାଶ ପାଇବ ବୋଲି ଚାରି ଦିନ ତଳେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସ୍ପଷ୍ଟ କରିଥିଲେ । ଶୁକ୍ରବାର ସୂଚୀ ଘୋଷଣା ହୋଇନଥିଲା । ତେବେ ଏହି ସୂଚୀ ରବିବାର ଘୋଷଣା କରାଯିବ ବୋଲି ଆଇପିଏଲ ଅଧ୍ୟକ୍ଷ ବ୍ରିଜେଶ ପଟେଲ ପୁଣି ଥରେ ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top