ଖେଳ

IPL 2020 ପାଇଁ KKR ଟିମ୍‌ ପ୍ରସ୍ତୁତ

IPL KKR

ମାର୍ଚ୍ଚ 29ରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ 2020 । ମାର୍ଚ୍ଚ 29ରୁ ମେ’ 24 ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଚାଲିବ ବୋଲି ଏବେ ସ୍ଥିର କରାଯାଇଛି । ତେବେ କୋରୋନା ଭାଇରସ୍‌ର ପ୍ରଭାବ ଯୋଗୁଁ ଏହି ତାରିଖକୁ ଘୁଞ୍ଚାଯାଇପାରେ ବୋଲି କୁହାଯାଉଛି ।

ଅନ୍ୟପଟେ ଆଇପିଏଲ୍‌ ମ୍ୟାଚ୍‌ ପାଇଁ ବିଭିନ୍ନ ଟିମ୍‌ ନିଜ ପ୍ଲେୟାର ଚିହ୍ନଟ କରିବାରେ ବ୍ୟସ୍ତ ରହିଛି । କିଛି ଟିମ୍‌ ଅଧିକାଂଶ ପୁରୁଣା ଖେଳାଳିଙ୍କୁ ନେଇ ମଇଦାନକୁ ଓହ୍ଲାଇବ ବୋଲି ପ୍ରସ୍ତୁତଥିବା ବେଳେ ଆଉ କିଛି ନୂଆ ଖେଳାଳିଙ୍କୁ ଖୋଜିବାରେ ବ୍ୟସ୍ତ । ଆଉ କିଛି ଟିମ୍‌ ନିଜ ଖାଳାଳିଙ୍କୁ ଚୟନ କରିସାରିଥିବା ଜଣାପଡ଼ିଛି । ସେଥିମଧ୍ୟରୁ କୋଲକତା ନାଇଟ୍‌ ରାଇଡର୍ସର ଖେଳାଳିଙ୍କ ସମ୍ଭାବ୍ୟ ତାଲିକା ପ୍ରକାଶ ପାଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୱିକେଟ୍ କିପର- ବ୍ୟାଟ୍ସମ୍ୟାନ୍ ଦୀନେଶ କାର୍ତ୍ତିକ କେକେଆର୍‌ର ନେତୃତ୍ୱ ନେବେ ବୋଲି ସ୍ଥିର ହୋଇଛି । ସେହିଭଳି ନ୍ୟୁଜିଲ୍ୟାଣ୍ଡର ଦ୍ରୁତ ବୋଲର କ୍ୱିକ୍‌ ଲକି ଫର୍ଗୁସନ୍, ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର ଆଣ୍ଡ୍ରେ ରସେଲ ଏବଂ ଭାରତୀୟ ସ୍ପିନର କୁଲଦୀପ ଯାଦବ ପ୍ରମୁଖଙ୍କୁ ଦଳ କିଣିଛି । ଏହି ଖେଳାଳିମାନେ ଚଳିତ ବର୍ଷର ଆଇପିଏଲରେ କୋଲକାତା ଭିତ୍ତିକ ଫ୍ରାଞ୍ଚାଇଜ୍ ପାଇଁ ପ୍ରଦର୍ଶନ କରିବେ ।

ଡିସେମ୍ବର 2019 ରେ ଆଇପିଏଲ୍ ଖେଳଳି ନିଲାମରେ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ପଟ୍‌ କୁମିନ୍ସ ଟୁର୍ଣ୍ଣାମେଣ୍ଟ ଇତିହାସରେ ସବୁଠାରୁ ମହଙ୍ଗା ବିଦେଶୀ ଖେଳାଳି ହୋଇଥିଲେ । ଯେତେବେଳେ ତାଙ୍କୁ କେକେଆର୍ 15.50 କୋଟି ଟଙ୍କାରେ କିଣିଥିଲା । ଗତ ବର୍ଷର ଆଇପିଏଲରେ କୁମିନ୍ସ ମୁମ୍ବାଇ ସ୍ଥିତ ଫ୍ରାଞ୍ଚାଇଜ୍‌କୁ ପ୍ରତିନିଧିତ୍ୱ କରୁଥିଲେ । ଅଷ୍ଟ୍ରେଲିଆ ଖେଳାଳିଙ୍କ ପରେ ଇଂଲଣ୍ଡର ଅଧିନାୟକ ଇଏନ୍ ମୋର୍ଗାନ୍‌ଙ୍କୁ ମଧ୍ୟ 5.35 କୋଟି ଟଙ୍କାରେ କିଣିଛି କେକେଆର୍‌ ।

ସେହିଭଳି ଘାତକ ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କୁ ଆଇପିଏଲ ଫ୍ରାଞ୍ଚାଇଜରେ 4 କୋଟିରେ ବିକ୍ରି କରାଯାଇଥିଲା । ଚଳିତ ବର୍ଷର ପ୍ଲେୟାର ନିଲାମରେ ସେମାନେ କିଣିଥିବା ନଅ ଜଣ ନୂତନ ଖେଳାଳିଙ୍କ ପାଇଁ କେକେଆର୍ ଦ୍ୱାରା ମୋଟ 27.15 କୋଟି ଖର୍ଚ୍ଚ ହୋଇଛି । ମାର୍ଚ୍ଚ 31 ରେ ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଉଦ୍‌ଘାଟନୀ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ବିପକ୍ଷରେ ଆଇପିଏଲ୍‌ର 13 ତମ ସଂସ୍କରଣରେ କେକେଆର୍‌ ଅଭିଯାନ ଆରମ୍ଭ କରିବ ।

କୋଲକାତା ନାଇଟ୍ ରାଇଡର୍ସ ଖେଳାଳିଙ୍କ ସମ୍ପୂର୍ଣ୍ଣ ତାଲିକା
ରିଙ୍କୁ ସିଂ, ପ୍ରସାଦ କୃଷ୍ଣ, ଶିବମ୍‌ ମାଭି, କମଲେଶ ନାଗରକୋଟି, ହ୍ୟାରି ଗର୍ନି, ସନ୍ଦୀପ ୱାରିଅର୍, ନିତୀଶ ରାଣା, ଲକି ଫର୍ଗୁସନ୍, ଶୁବମାନ ଗିଲ, କୁଲଦୀପ ଯାଦବ, ସୁନୀଲ ନାରିନ, ଆଣ୍ଡ୍ରେ ରସେଲ, ଦୀନେଶ କାର୍ତ୍ତିକ ।

ତେବେ ନୂତନ ଖେଳାଳି ଭାବେ ଇଏନ୍ ମୋର୍ଗାନ୍ (5.25 କୋଟି ଟଙ୍କା), ପଟ୍‌ କୁମିନ୍ସ (15.5 କୋଟି ଟଙ୍କା), ରାହୁଲ ତ୍ରିପାଠୀ (60 ଲକ୍ଷ ଟଙ୍କା), ବରୁଣ ଚକ୍ରବର୍ତ୍ତୀ (4 କୋଟି ଟଙ୍କା), ଏମ୍‌ ସିଦ୍ଧାର୍ଥ (20 ଲକ୍ଷ ଟଙ୍କା), କ୍ରିସ୍ ଗ୍ରୀନ୍ (20 ଲକ୍ଷ ଟଙ୍କା), ଟମ୍ ବଣ୍ଟନ୍ (1 କୋଟି ଟଙ୍କା), ପ୍ରବୀଣ ତାମ୍ବେ (20 ଲକ୍ଷ ଟଙ୍କା), ନିଖିଲ ନାୟକ (20 ଲକ୍ଷ ଟଙ୍କା)ରେ ଦଳରେ ସାମିଲ ହୋଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top