ଟେକ୍ନୋଲୋଜି

କିଛି ସମୟ ମଧ୍ୟରେ ବୁକିଂ ସୁବିଧା ଉପଲବ୍ଧ ହେବ : ରେଳବାଇ

ନୂଆଦିଲ୍ଲୀ:  ପ୍ରାୟ 50 ଦିନ ପରେ ସାଧାରଣ ଯାତ୍ରୀଙ୍କ ପାଇଁ ଟ୍ରେନ୍ ସେବା ଆସନ୍ତାକାଲି ଠାରୁ ଆରମ୍ଭ ହେବ। ଏ ନେଇ ଆଜି ଦିନ ଅପରାହ୍ନ 4 ଟାରୁ ଟ୍ରେନ୍ ଟିକେଟ ବୁକିଂ ଆରମ୍ଭ ହୋଇଛି | କିନ୍ତୁ ଯାତ୍ରୀମାନେ ଟିକେଟ ତିଆରି କରିବାରେ ସକ୍ଷମ ହେଉ ନାହାନ୍ତି କାରଣ IRCTC ୱେବସାଇଟ୍ ଖୋଲୁନାହିଁ । କିଛି ସମୟ ମଧ୍ୟରେ ବୁକିଂ ସୁବିଧା ଉପଲବ୍ଧ ହେବ ବୋଲି ରେଳବାଇ କହିଛି। ସନ୍ଧ୍ୟା 6 ସୁଦ୍ଧା ଆରମ୍ଭ ହୋଇପାରେ ବୁକିଂ ।

4 ଟା ହେବା କ୍ଷଣି ଲୋକମାନେ କ୍ରମାଗତ ଭାବରେ ଟିକେଟ୍ ପ୍ରସ୍ତୁତ କରିବାକୁ IRCTC ର ୱେବସାଇଟ୍ ପରିଦର୍ଶନ କରଥିଲେ | କିନ୍ତୁ ୱେବସାଇଟ୍ ଖୋଲି ନଥିଲା |
RCTC ର ମୋବାଇଲ୍ ଆପ୍ ମଧ୍ୟ କାମ କରୁନାହିଁ | ଏଭଳି ପରିସ୍ଥିତିରେ ଲୋକମାନେ ଟିକେଟ ତିଆରି କରି ନ ପାରି ବାରୁ ବିରକ୍ତ ହେଉଛନ୍ତି।

ଯଦିଓ ବର୍ତ୍ତମାନ କୁହାଯାଉଛି ଯେ ବୁକିଂ ସନ୍ଧ୍ୟା 6 ଟାରୁ ପୁଣି ଆରମ୍ଭ ହେବ, ତେବେ କୌଣସି ଅସୁବିଧା ହେବ ନାହିଁ | କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାଇଟ ରେ ଉପଲବ୍ଧ କରାଯାଉଛି ବୋଲି ରେଳ ମନ୍ତ୍ରାଳୟ ପକ୍ଷରୁ tweet କରି କୁହାଯାଇଛି।

ରେଳବାଇ ଯାତ୍ରୀଙ୍କ ଅସୁବିଧାକୁ ଅନୁତାପ କରୁଥିବାବେ ଆଇଆରସିଟିସି ୱେବସାଇଟରେ ସ୍ୱତନ୍ତ୍ର ଟ୍ରେନ୍ ସହ ଜଡିତ ତଥ୍ୟ ଦିଆଯାଉଛି। ଯେଉଁଥି ପାଇଁ ଟିକେଟ୍ ବୁକିଂ ସୁବିଧା କିଛି ସମୟ ମଧ୍ୟରେ ଉପଲବ୍ଧ ହେବ ବୋଲି କୁହାଯାଇଛି।।

ଭାରତୀୟ ରେଳ ସୂଚନା ଦେଇଛି ଯେ ଏହି 15 ଟି ଟ୍ରେନ୍ ନୂଆଦିଲ୍ଲୀ ରେଳ ଷ୍ଟେସନରୁ ଆସନ୍ତା 12 ତାରିଖ ଦିନ ନୂଆଦିଲ୍ଲୀରୁ ଚଳାଚଳ କରିବ। ଅହମ୍ମଦାବାଦ , ଭୁବନେଶ୍ୱର, ଜମ୍ମୁ ତାୱି, କୋଲକାତା, ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ସହରକୁ ରେଳ ଚଳାଚଳ କରିବ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top