ଦେଶ

ପାକିସ୍ତାନର ହନିଟ୍ରାପରେ ଜାମ୍ମୁ କାଶ୍ମୀରର ଯୁବକ, ୨ ଅଟକ

ଜମ୍ମୁ : ଜାମ୍ମୁ କାଶ୍ମୀରର ଯୁବକମାନଙ୍କୁ ହନିଟ୍ରାପରେ ଫସାଉଛି ପାକିସ୍ତାନର ଗୁଇନ୍ଦା ବିଭାଗ। ଏଭଳି ୨ଟି ମାମଲା ସାମ୍ନାକୁ ଆସିଛି। ହନିଟ୍ରାପରେ ଫସିଥିବା ଯୁବକଙ୍କୁ ବାହାର ରାଜ୍ୟରୁ ଅର୍ଥ ଦେଣନେଣ ହୋଇଛି। ଏପରିକି ଭାରତର ଅନ୍ୟ କିଛି ରାଜ୍ୟରେ ପାକିସ୍ତାନର ଏଜେଣ୍ଟ ଅଛନ୍ତି। ଯେଉଁମାନେ ଜାମ୍ମୁ କାଶ୍ମୀରର ଏହି ଯୁବକମାନଙ୍କ ସହ ସମ୍ପର୍କରେ ଅଛନ୍ତି। ସେମାନଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ଯାଂଚ୍ ଚାଲିଛି।

ଏସଏସପି ଜାମ୍ମୁ ଶ୍ରୀଧର ପାଟିଲଙ୍କ କହିବା ଅନୁଯାୟୀ, ପାକିସ୍ତାନର ହନିଟ୍ରାପରେ କିଛି ଯୁବକ ଫସିଛନ୍ତି। ପୁଲିସ ସେମାନଙ୍କୁ ତଲାସି କରୁଛି। ତେବେ ହନିଟ୍ରାପ ମାମଲାରେ ଏଯାଏଁ ୨ ଜଣ ଯୁବକଙ୍କୁ ଅଟକ ରଖାଯାଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top