ଦେଶ

ସୁଶାନ୍ତ ସିଂ ରାଜପୁତଙ୍କୁ ନିଜର ପ୍ରକୃତ ବନ୍ଧୁ ବୋଲି କହିଲା ଇସ୍ରାଏଲ, ଦେଖନ୍ତୁ ଏହି ଟ୍ୱିଟ୍‌

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ଏବେବି ଗ୍ରହଣ କରିବାକୁ ରାଜି ନୁହନ୍ତି ଫ୍ୟାନ୍ସ । ଯେଉଁ ବୟସରେ ଲୋକେ ନୂତନ କୀର୍ତ୍ତିମାନ ରଚିବା କଥା ସେହି ବୟସରେ ଦୁନିଆକୁ ଅଲବିଦା କହି ଚିରନିଦ୍ରାରେ ଶୋଇଗଲେ ସୁଶାନ୍ତ । ସୁଶାନ୍ତଙ୍କ ମୃତ୍ୟୁରେ କେବଳ ଯେ ଭାରତ ଦୁଃଖି ତା ନୁହେଁ ବିଦେଶରେ ମଧ୍ୟ ଏହି ଆକ୍ଟରଙ୍କୁ ଟ୍ରିବ୍ୟୁଟ୍‌ ଦିଆଯାଉଛି ।

ଏପରିକି ଇସ୍ରାଏଲ୍‌ ସୁଶାନ୍ତଙ୍କୁ ନିଜର ପ୍ରକୃତ ବନ୍ଧୁ ଭାବେ ସମ୍ବୋଧିତ କରିଛି । ଇସ୍ରାଏଲ ସରକାରଙ୍କ ପକ୍ଷରୁ ବୈଦେଶିକ ମନ୍ତ୍ରାଳୟର ଜେନେରାଲ ଓ ଡେପୁଟି ଡାଇରେକ୍ଟର ଗିଲାଡ କୋହେନ ସୁଶାନ୍ତଙ୍କ ସ୍ମୃତିରେ ଏକ ମେସେଜ୍‌ ଶେୟାର କରିଛନ୍ତି । ସୁଶାନ୍ତଙ୍କ ପରଲୋକରେ ଶୋକ ବ୍ୟକ୍ତ କରିବା ସହ ସେ ଇସ୍ରାଏଲର ପ୍ରକୃତ ବନ୍ଧୁ ଥିଲେ ବୋଲି ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ଗିଲାଡ ।

ନିଜ ଫିଲ୍ମ ଡ୍ରାଇଭ୍‌ର ଗୋଟିଏ ଗୀତ ସୁଟିଂ ପାଇଁ ସୁଶାନ୍ତ ଇସ୍ରାଏଲ୍‌ ଯାଇଥିଲେ । ମଖନା ଗୀତର ୟୁଟ୍ୟୁବ୍‌ ଲିଙ୍କ ମଧ୍ୟ ଶେୟାର କରିଛନ୍ତି ଗିଲାଡ କୋହେନ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top