ଟେକ୍ନୋଲୋଜି

ଇସ୍ରୋ ପୁଣି ରଚିଲା ଇତିହାସ, ଉତକ୍ଷେପଣ କଲା ପିଏସଏଲଭି- ସି୪୮

ISRo

ଶ୍ରୀହରିକୋଟା: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ (ଇସ୍ରୋ) ବୁଧବାର ଦିନ ମହାକାଶରେ ପୁଣି ଇତିହାସ ରଚିଛି । ଇସ୍ରୋ ଅପରାହ୍ନ 3ଟା 25ରେ ଉତକ୍ଷେପଣ କରିଛି ପିଏସଏଲଭି- ସି୪୮ ରକେଟ । ଏହି ରକେଟ ମାଧ୍ୟମରେ ଟଲାଇଟ୍‌ ରିସାଟ-2ବିଆର1 କୁ ମଧ୍ୟ ମହାକାଶକୁ ସଫଳତା ସହ ଉତକ୍ଷେପଣ କରାଯାଇଛି ।  ପିଏସଏଲଭି- ସି୪୮ ରକେଟ ମାଧ୍ୟମରେ ମୋଟ 10ଟି ସାଟେଲାଇଟ୍‌କୁ ସଫଳତାପୂର୍ବକ କକ୍ଷରେ ସ୍ଥାପିତ କରିଛି ଇସ୍ରୋ । ଶ୍ରୀହରିକୋଟାର ସତୀଶ ଧଓ୍ୱନ ସ୍ପେସ୍‌ ଷ୍ଟେସନରୁ  ସାଟେଲାଇଟ୍‌ ରିସାର୍ଟ-2 ବିଆର1 ଉତକ୍ଷପେପଣ କରାଯାଇଛି ।

ସୂଚନା ମୁତାବକ, ଇସ୍ରୋ ପକ୍ଷରୁ ମହାକାଶକୁ ପଠାଯାଇଥିବା ଆର୍‌ଆଇ-ସାଟ୍‌-୨ବିଆର୍‌୧ ଦେଶର ଦ୍ୱିତୀୟ ଗୁଇନ୍ଦା ଉପଗ୍ରହ। ଏହା ପୂର୍ବରୁ ଆର୍‌ଆଇ-ସାଟ୍‌- ୨ବି ନାମରେ ଅନ୍ୟ ଏକ ଗୁଇନ୍ଦା ଉପଗ୍ରହକୁ ଇସ୍ରୋ ସଫଳତା ପୂର୍ବକ ମହାକାଶରେ ଅବସ୍ଥାପିତ କରାଇ ପାରିଛି। ଗୁଇନ୍ଦା ଉପଗ୍ରହ ଆର୍‌ଆଇ-ସାଟ୍‌-୨ବିଆର୍‌୧ ଅନ୍ତରୀକ୍ଷରେ ଅବସ୍ଥାପିତ ହେବା ପରେ ଶତ୍ରୁପକ୍ଷର ସମସ୍ତ ଗତିବିଧି ଓ ଟିକିନିକି ସୂଚନା ସିଧାସଳଖ ଭାରତୀୟ ସେନା ନିକଟକୁ ପଠାଇବ। ଖରାପ ପାଗରେ ବି ଏହା ସକ୍ରିୟ ରହିବା । ଏହା ଆକାଶ  ମାର୍ଗରୁ  ତିକ୍ଷଣ ଦୃଷ୍ଟି ରଖିବ ସୀମା ଉପରେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top