ନ୍ୟୁଜ୍

ଆଜି ଓଡ଼ିଶା ଆସିବେ ଇସ୍ରୋ ଅଧ୍ୟକ୍ଷ ଡକ୍ଟର କେ. ଶିବନ

KSIVAN

ଭୁବନେଶ୍ୱର: ଆଜି ଓଡ଼ିଶା ଆସିବେ ଇସ୍ରୋ ଅଧ୍ୟକ୍ଷ ଡକ୍ଟର କେ. ଶିବନ ।  ଭୁବନେଶ୍ୱରର IITର ୮ମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ଶିବନ୍ । ଏନେଇ ଖୋର୍ଦ୍ଧା ଅରୁଗୁଳସ୍ଥିତ ଆଇଆଇଟି ପରିସରରେ ସମସ୍ତ ପ୍ରସ୍ତୁତି ସରିଛି ।

ସେହିପରି 2ଜଣ ବିଦ୍ୟାର୍ଥୀଙ୍କୁ ଆଇଆଇଟି ନିର୍ଦ୍ଦେଶକ ସ୍ୱର୍ଣ୍ଣ ପଦକ ପ୍ରଦାନ କରିବେ । ଏହାସହ  ୩୨ଜଣ ପିଏଚଡ଼ି, ୧୦୫ଜଣ ଏମଟେକ୍, ୬୭ ଜଣ ଏମଏସସି, ୧୫୨ ଜଣ ବିଦ୍ୟାର୍ଥୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ ବୋଲି ଭୁବନେଶ୍ୱର ଆଇଆଇଟିର ନିର୍ଦ୍ଦେଶକ ପ୍ରଫେସର ଡ଼. ଆର ଭି ରାଜାକୁମାର ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top