ରାଜ୍ୟ

ଗଗନୟାନ ମିଶନ: ମଣିଷ ପୂର୍ବରୁ ମହାକାଶ ଯିବ ‘ଭ୍ୟୋମିତ୍ର’

ବେଙ୍ଗାଲୁରୁ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଏକ ମଣିଷ ସଦୃଶ ରୋବୋର୍ଟ ପ୍ରସ୍ତୁତ କରାଯାଇଛି । ଯାହାକି ଗଗନୟାନ ମିଶନର ଏକ ପାର୍ଟ ବୋଲି ବିବେଚନା କରାଯାଉଛି । ଗଗନୟାନରେ ମଣିଷ ଯାତ୍ରା କରିବା ପୂର୍ବରୁ ପ୍ରଥମେ ଏକ ମାନବରହିତ ଫ୍ଳାଇଟ୍‌ ମହାକାଶକୁ ପଠାଇବାର ଇସ୍ରୋ ଯୋଜନା କରିଥିଲା ।

ହ୍ୟାମାନୋଏଡ ବା ମଣିଷ ସଦୃଶ ଏକ ରୋବୋର୍ଟ ପ୍ରସ୍ତୁତ ପାଇଁ ମଧ୍ୟ ପୂର୍ବରୁ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଥିଲା । ସେହି ରୋବୋର୍ଟ ଯାହାର ନାଁ ‘ଭ୍ୟୋମିତ୍ର’(Vyommitra) ରଖାଯାଇଛି । ଗଗନୟାନ ମିଶନରେ କୌଣସି ମହିଳା ମହାକାଶକୁ ଯିବାର ଯୋଜନା ନଥିବା ବେଳେ ‘ଭ୍ୟୋମିତ୍ର’କୁ ମହିଳା ପରି ସଜାଯାଇଛି ।

ତେଣୁ ଇସ୍ରୋ ପକ୍ଷରୁ ଚଳିତ ବର୍ଷ ଶେଷ ଆଡ଼କୁ ମଣିଷ ରହିତ ଯାନ ମହାକାଶକୁ ଛାଡ଼ିବାକୁ ଯୋଜନା କରୁଥିବା ବେଳେ ଏଥିରେ ମୁଖ୍ୟ ଭୂମିକା ଗ୍ରହଣ କରିବ ‘ଭ୍ୟୋମିତ୍ର’ । ‘ଭ୍ୟୋମିତ୍ର’ ଯାହାକି ଏକ ହାଫ୍‌ ହ୍ୟୁମାନଏଡ୍‌ ରୋବୋର୍ଟ ବହୁମୁଖୀ କାର୍ଯ୍ୟ କରିବାରେ ସମର୍ଥ । ଦୁଇଟି ଭାଷା କହିପାରୁଥିବା ‘ଭ୍ୟୋମିତ୍ର’ ଅନେକ କିଛି କାର୍ଯ୍ୟ କରିପାରିବାର କ୍ଷମତା ରଖିଛି ।

ପୂର୍ବରୁ ଇସ୍ରୋ ପାଖରୁ ମିଳିଥିବା ସୂଚନା ଅନୁସାରେ ପ୍ରଥମେ ଏପରି ଏକ ହ୍ୟୁମାନଏଡ୍‌ ଜାନୁଆରୀ 2019ରେ ପଠାଇବାର ଯୋଜନା ଥିଲା । ଟିକେ ବିଳମ୍ବ ହେଲେ ମଧ୍ୟ ଇସ୍ରୋ ପକ୍ଷରୁ ଆଜି ‘ଭ୍ୟୋମିତ୍ର’କୁ ଇଣ୍ଟରଡ୍ୟୁସ୍‌ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top