ଖେଳ

ଭାରତରେ ଫୁଟବଲର ବିକାଶ ନିମନ୍ତେ ଭଲ ଖେଳାଳି ବାହାରିବା ନିହାତି ଆବଶ୍ୟକ – ବାଇଚୁଙ୍ଗ ଭୂତିଆ

ଅର୍ଗସ ବ୍ୟୁରୋ : ଦେଶରେ ଫୁଟବଲ ଖେଳର ବିକାଶ ଏବଂ ମେଗା ଇଭେଣ୍ଟମାନଙ୍କରେ ଭାରତ ସଫଳତା ପାଇବାକୁ ହେଲେ ଦେଶରୁ ଭଲ ଫୁଟବଲ ଖେଳାଳି ବାହାରିବା ନିହାତି ଆବଶ୍ୟକ ବୋଲି ପୂର୍ବତନ ଭାରତୀୟ ଫୁଟବଲ ଅଧିନାୟକ ବାଇଚୁଙ୍ଗ ଭୁତିଆ କହିଛନ୍ତି। ଏକ ଜାତୀୟ ଗଣମାଧ୍ୟମଙ୍କୁ ସୂଚନା ଦେଇ ଭୂତିଆ କହିଛନ୍ତି ଆଗକୁ ଏସିଆନ କପ ଏବଂ 2022 ଫିଫା ବିଶ୍ୱକପ କ୍ୱାଲିଫାୟର ଆସୁଛି। ଏହି ସବୁ ବଡ଼ ଇଭେଣ୍ଟରେ ସଫଳତା ପାଇବାକୁ ହେଲେ ଭାରତକୁ କ୍ୱାଲିଟି ପ୍ଲେୟାରଙ୍କୁ ଖେଳାଇବା ନିହାତି ଦରକାର।

ଦେଶରେ ଆଇଏସଏଲ ଆୟୋଜିତ ହେବା ଫଳରେ ବହୁ ପ୍ରତିଭାଵାନ ଖେଳାଳି ଭାରତୀୟ ଦଳକୁ ଆସିଛନ୍ତି। ଯଦି ତୃଣମୂଳ ସ୍ତରରୁ ଭଲ ଭାବେ ପ୍ରତିଭା ଗୁଡିକୁ ଖୋଜାଯାଇ ସେମାନଙ୍କ ବିକାଶ କରାଯାଇପାରିବ ଦେଶରେ ଫୁଟବଲ ଖେଳର ବିକାଶ ହୋଇପାରିବ ବୋଲି ସେ ମତ ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top