ଦେଶ

100 ଟଙ୍କାରେ ପିପିଇ ଏବଂ 5 ଟଙ୍କାରେ ମାସ୍କ ପ୍ରସ୍ତୁତ କରୁଛି ଆଇଟିବିପି

ନୂଆଦିଲ୍ଲୀ : ସବୁଠୁ ଶସ୍ତାରେ ପିପିଇ କିଟ ଓ ମାସ୍କ ପ୍ରସ୍ତୁତ କରୁଛି ITBP। ପିପିଇର ମୂଲ୍ୟ ମାତ୍ର 100 ଟଙ୍କା ଓ ମାସ୍କ ମୂଲ୍ୟ 5 ଟଙ୍କା । ହୁ ହୁ ହୋଇ ବଢ଼ିବାରେ ଲାଗିଛି କୋରୋନା । ପିପିଇର ଅଭାଵ ଦୂର କରିବା ପାଇଁ ଚାଲିଛି ପ୍ରସ୍ତୁତି । ନିଜ କ୍ୱାରେଣ୍ଟାଇନ ସେଣ୍ଟର ଓ ହସ୍ପିଟାଲରେ ହେଉଛି ବ୍ୟବହାର । ଭାରତ ଚୀନ ସୀମାରେ କାର୍ଯ୍ୟରତ ITBP ର ଯବାନ କୋରୋନା ଲଢେଇରେ ନିଜର ଅଭାଵ ଦୂର କରିବା ପାଇଁ ଆଗକୁ ଆସିଛନ୍ତି । ଏହି ସୁରକ୍ଷା ବଳ ନିଜର ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ସବୁଠୁ ଶସ୍ତା ଓ ଗୁଣାତ୍ମକ ppe ଏବଂ ମାସ୍କ ପ୍ରସ୍ତୁତ କରୁଛି। ବଜାରରେ ମିଳୁଥିବା ମାସ୍କ ଏବଂ କିଟଠାରୁ ଏହା ବହୁତ ଶସ୍ତା ଏବଂ ଉତ୍ତମମାନର ବୋଲି କୁହାଯାଉଛି ।

ମାତ୍ର 100 ଟଙ୍କାରେ ପିପିଇ କିଟ ଏବଂ 5 ଟଙ୍କାରେ ମାସ୍କ ପ୍ରସ୍ତୁତ କରଛନ୍ତି ହରିୟାଣା ସୋନିପତଠାରେ ଥିବା ITBP ର ଯବାନ। ଜାନୁୟାରୀ ମାସରେ ଭାରତ ସରକାର ଚୀନରୁ ନିଜର ନାଗରିକଙ୍କୁ ଆଣିବାର ଯୋଜନା କରିଥିବା ବେଳେ ଏହା ପ୍ରଥମ କୋରୋନା ଚିକିତ୍ସା କେନ୍ଦ୍ର ଭାବେ ପ୍ରସ୍ତୁତ ହୋଇଥିଲା। ITBP ସେଣ୍ଟରରେ ବିଦେଶରୁ ଫେରୁଥିବା ଅନେକ ନାଗରିକ ମଧ୍ୟ କ୍ୱାରେଣ୍ଟାଇନରେ ରଖାଯାଇଛି। ହଜାରେ ରୋଗୀଙ୍କୁ ସେଠରେ କରୋନା ଚିକିତ୍ସା କରିବାର ସୁବିଧା ରହିଛି। ITBP ର ପ୍ରବକ୍ତା ବିବେକ ପାଣ୍ଡେଙ୍କ ଅନୁସାରେ କୋରୋନା ଲଢେଇ ବହୁତ ସକ୍ରିୟ ରହିଛି। ଲୋକଙ୍କୁ ରାସନ ଦେବା କଥା ହେଉ କି ସାମାଜିକ ଦୂରତା କଥା ସବୁ କାର୍ଯ୍ୟରେ ଆଇଟିବିପି କାର୍ଯ୍ୟ କରୁଛି। ଏବେ ପର୍ଯ୍ୟନ୍ତ 1000 ପିପିଇ କିଟ ଏବଂ 2000 ହଜାର ମାସ୍କ ତିଆରି କରିଛୁ। ପ୍ରତିଦିନ 20 ଜଣ ଯବାନ ଏହି କାମ କରୁଛନ୍ତି । ଖାସ କଥା ହେଉଛି ଯେ ଏହାର ଗୁଣାତ୍ମକମାନ ସବୁ ଦିଗକୁ ପୂରଣ କରୁଛି ।

ଏହାକୁ ପ୍ରସ୍ତୁତ କରିବା ପୂର୍ବରୁ ଏମ୍ସ ଏବଂ ଏନଆଇଟିଆରଏ ଦ୍ୱାରା ମାନ ପରୀକ୍ଷା କରାଯାଇଛି । ଆଇଟିବିପିର ପାଖାପାଖି 400 ଡାକ୍ତର ଏବଂ 2 ହଜାର ପାରାମେଡିକାଲ ଷ୍ଟାଫ ରହିଛନ୍ତି। ବର୍ତ୍ତମାନ ଆଇଟିବିପି ବାହାରୁ କୌଣସି ମାସ୍କ ନ କିଣି ନିଜର ଯବାନମାନେ ପ୍ରସ୍ତୁତ କରିଥିବା ମାସ୍କ ଏବଂ ପିପିଇ କିଟକୁ ହସ୍ପିଟାଲ ବ୍ୟବହାର କରୁଛି । ପରେ ଏହାକୁ ଅନ୍ୟମାନଙ୍କୁ ସପ୍ଲାଇ କରାଯିବ ବୋଲି ଆଇଟିବିପି ପକ୍ଷରୁ କୁହାଯାଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top