ଦେଶ

ବିହାରର ଜ୍ୟୋତି କୁମାରୀଙ୍କୁ ପ୍ରଶଂସା କଲେ ଇଭାଙ୍କା ଟ୍ରମ୍ପ : ସାଇକେଲରେ ବାପାଙ୍କୁ ବସାଇ ହରିଆଣାରୁ ବିହାର ଆସିଥିଲେ ୧୫ବର୍ଷୀୟା ନାବାଳିକା

ଅର୍ଗସ ବ୍ୟୁରୋ: କୋରୋନା ଭାଇରସ୍‌ ପାଇଁ ଦେଶରେ ଜାରୀ ରହିଛି ଲକ୍‌ଡାଉନ୍‌ । ଏହି ଲକ୍‌ଡାଉନ୍‌ ମଧ୍ୟରେ ଅନେକ କିଛି ହୃଦୟସ୍ପର୍ଶୀ ଘଟଣା ଏବ ପ୍ରେରଣାଦାୟକ ଖବର ସାମ୍ନାକୁ ଆସିଛି ।  ସେହିପରି ଏକ ଖବର ଏବେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି । ତାଲାବନ୍ଦ ଯୋଗୁଁ ଆହତ ପିତାଙ୍କୁ ସାଇକେଲରେ ବସାଇ ଗୁରୁଗ୍ରାମରୁ ବିହାରର ଦରଭଙ୍ଗାକୁ ନେଇଥିବା ଜ୍ୟୋତି କୁମାରୀ ଏବେ ଚର୍ଚ୍ଚାରେ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ ଟୁଇଟ୍ କରି ଜ୍ୟୋତି କୁମାରୀଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି । ଇଭାଙ୍କା ଟ୍ୱିଟ କରି ଜ୍ୟୋତି କୁମାରୀଙ୍କ କାହାଣୀକୁ ସେୟାର କରିବା ସହ ଭାରତୀୟଙ୍କ ସହନଶୀଳତାକୁ ଖୁବ ପ୍ରଶଂସା କରିଛନ୍ତି ।

ଟ୍ୱିଟରରେ ଇଭାଙ୍କା ଲେଖିଛନ୍ତି, ୧୫ ବର୍ଷିୟ ଜ୍ୟୋତି କୁମାରୀ ନିଜ ଆହତ ପିତାଙ୍କୁ ସାଇକେଲରେ ବସାଇ ସାତ ଦିନ ଯାତ୍ରା କରି ନିଜ ଗାଁରେ ପହଞ୍ଚିଛନ୍ତି । ଏହା ଭାରତୀୟଙ୍କ ଧୈର୍ଯ୍ୟ ଓ ପିତୃ ପ୍ରତି ଅଗାଧ ପ୍ରେମର ପରିଚୟ । ଭାରତର ପାରିବାରିକ ସଂପର୍କ ସାରା ବିଶ୍ୱକୁ ଜଣା । କିନ୍ତୁ ବିଶେଷ କରି ୟୁରୋପ ଓ ଆମେରିକାର ଲୋକଙ୍କୁ ବେଶ ଆକର୍ଷିତ କରିଥାଏ ଭାରତର ପାରବାରିକ ସମ୍ପର୍କ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ, ଯିଏ ଭାରତୀୟଙ୍କର ଏହି ପରିବାରିକ ସ୍ନେହକୁ ଓ ଭଲପାଇବା ଦେଖି ଖୁସି ଜାହିର କରିଛନ୍ତି ।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top