X
Breaking News
ଦେଶ

ମୋଦିଙ୍କୁ ଭେଟିଲେ ଜଗନମୋହନ, ଶପଥ ଗ୍ରହଣ ଉତ୍ସବକୁ କଲେ ନିମନ୍ତ୍ରଣ

modi and reddy

ଅର୍ଗସ୍ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଜଗନମୋହନ ରେଡ୍ଡୀ । ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ବିପୁଳ ଆସନରେ ଜୟଲାଭ କରିଥିବା ୱାଇଏସଆରସିପି ମୁଖ୍ୟ ଜଗନମୋହନ ଲୋକସଭା ଓ ବିଧାନସଭା ନିର୍ବାଚନରେ ଟିଡିପିକୁ ଶୋଚନୀୟ ଭାବେ ପରାସ୍ତ କରିଛନ୍ତି । ଟିଡିପି ଏଥର ଧରାଶାୟୀ ହୋଇଛି । ଚନ୍ଦ୍ରବାବୁ ନାଇଡୁଙ୍କ ଦଳକୁ ହରାଇ ଆନ୍ଧ୍ରପ୍ରଦେଶରେ ସରକାର ଗଠନ କରିବେ ଜଗନମୋହନ ।

ତେବେ ସରକାର ଗଠନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ଜଗନମୋହନ । ମୋଦିଙ୍କୁ ଫୁଲ ତୋଡା ଏବଂ ସାଲ ଉପହାର ଦେବା ପରେ ଦଳର କିଛି ବରିଷ୍ଠ ନେତାଙ୍କୁ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି । ଏପରିକି ଶପଥ ଗ୍ରହଣ ଉତ୍ସବକୁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଏଭଳି ଚର୍ଚ୍ଚାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏନଡିଏରେ ଜଗନମୋହନ ସାମିଲ ହୋଇପାରନ୍ତି କିମ୍ବା ବାହାରୁ ସମର୍ଥନ ଦେଇପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।

ଆନ୍ଧ୍ରରେ ୨୫ଟି ଲୋକସଭା ଆସନ ମଧ୍ୟରୁ ଜଗନମୋହନଙ୍କ ଦଳ ୨୨ଟି ଆସନରେ ବିଜୟୀ ହୋଇଥିବାରୁ ଜଗନମୋହନଙ୍କ କେନ୍ଦ୍ରରେ ମଧ୍ୟ ଦବଦବା ରହିବ । କାରଣ ଆନ୍ଧ୍ରପ୍ରଦେଶରେ ସରକାର ଗଠନ କରିବାକୁ ଯାଉଛନ୍ତି ଜଗନମୋହନ । ତାଙ୍କ ୱାଇଏସଆରସି ପାର୍ଟି ୧୭୬ ଆସନରୁ ୧୫୧ଟି ଆସନରେ ବିଜୟଲାଭ କରିଛି । ବିଧାୟକ ଦଳ ବୈଠକରେ ନେତାଭାବେ ଜଗନମୋହନ ରେଡ୍ଡୀଙ୍କୁ ନିର୍ବାଚିତ କରାଯାଇଛି । ଆଉ ମୁଖ୍ୟମନ୍ତ୍ରୀ ଭାବେ ଜଗନମୋହନ ମେ ୩୦ରେ ଶପଥ ନେବେ ।

 

ବିଜୟୱାଡାର ମୁନିସପାଲ ଷ୍ଟାଡିୟମ ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଆନ୍ଧ୍ରପ୍ରଦେଶରେ ଜଗନମୋହନଙ୍କ ଶପଥଗ୍ରହଣ ଉତ୍ସବକୁ ମୋଦି ଯିବେ କି ନାହିଁ ଜଣାପଡ଼ିନାହିଁ । ଜଗନମୋହନ ହେଉଛନ୍ତି ଆନ୍ଧ୍ରପ୍ରଦେଶର ବିଶିଷ୍ଠ ଦିବଗନ୍ତ ରାଜନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସ ରାଜଶେଖର ରେଡିଙ୍କ ପୁଅ । ରାଜଶେଖର ଆନ୍ଧ୍ରପ୍ରଦେଶର ଦୁଇଥର ମୁଖ୍ୟମନ୍ତ୍ରୀ ଥିଲେ । ୨୦୦୯ରେ ହେଲିକପ୍ଟର ଦୁର୍ଘଟଣାରେ ରାଜଶେଖରଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ଜଗନମୋହନ ତାଙ୍କ ନାମରେ ୨୦୧୧ରେ ୱାଇଏସଆର କଂଗ୍ରେସ ଦଳ ଗଠନ କରିଛନ୍ତି । ଦଳ ଗଠନର ୮ ବର୍ଷ ପରେ ଆନ୍ଧ୍ରରେ ୧୭ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top