X
Breaking News
ନ୍ୟୁଜ୍

ତଥାପି ସ୍ଥିତି ସୁଧୁରିନି, ବିଦ୍ୟୁତ୍‌ ସଂଯୋଗ ଦାବିରେ ରାସ୍ତାରୋକ

Jagatsinghpur

ଜଗତସିଂହପୁର: ପୁଣି ବିଦ୍ୟୁତ ସଂଯୋଗ ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ଜଗତସିଂହପୁରବାସୀ । ବାତ୍ୟା ଫୋନିକୁ 12 ଦିନ ବିତିଯାଇଥିଲେ ମଧ୍ୟ ଏବେ ଯାଏ ଅନେକ ସ୍ଥାନକୁ ବିଦ୍ୟୁତ ସଂଯୋଗ ହୋଇପାରିନି । ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ପାନୀୟ ଜଳର ଅଭାବ ଲୋକଙ୍କୁ ଡହଳ ବିକଳ କରୁଛି । ବାତ୍ୟା ଯୋଗୁ ପୁରୀ, ଖୋର୍ଦ୍ଧା ଓ କଟକରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲେ ମଧ୍ୟ ଜଗତସିଂହପୁର ବି ଏଥିରୁ ବାଦ୍‌ ପଡ଼ିନାହିଁ । ଜଗତସିଂହପୁରରେ ଏବେ ବି ବିଦ୍ୟୁତ ସେବା ସ୍ୱଭାବିକ୍‌ ହୋଇନାହିଁ । ତେଣୁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଯାଇଛି । ଜଗତସିଂହପୁର ଜିଲ୍ଲାର ଦୁଇଟି ସ୍ଥାନରେ ଲୋକ ରାସ୍ତା ଉପରକୁ ଆସି ବିଦ୍ୟୁତ ସଂଯୋଗ ଦାବିରେ ଆନ୍ଦୋଳନ କରିଥିବା ଦେଖାଯାଇଛି । କଟକ-ପାରାଦୀପ ରୋଡ୍‌ର ରଘୁନାଥପୁର ଅଞ୍ଚଳରେ ଏଭଳି ସ୍ଥିତି ଦେଖାଯାଇଛି । ସ୍ଥାନୀୟ ବଜାର କମିଟି ପକ୍ଷରୁ ଏହି ଆନ୍ଦୋଳନ କରାଯାଇଛି । ତୁରନ୍ତ ବିଦ୍ୟୁତ୍ ସଂଯୋଗ ପାଇଁ ସେମାନେ ଦାବି କରିଛନ୍ତି । ରାସ୍ତାରୋକ ଯୋଗୁଁ ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛି । ଯାତାୟତ ବାଧାପ୍ରାପ୍ତ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top