ନ୍ୟୁଜ୍

ଯାଜପୁରରେ ପୁଣି ଆସିଲା ଅନାହାର ଅଭିଯୋଗ, ଦୁଃଖ ଦୁର୍ଦଶାରେ ଜରିନା

Jarina Jajpur

ଯାଜପୁର: ‘ଅପପୃଷ୍ଟି’ ଶବ୍ଦଟି ଶୁଣିଲେ ଲାଗେ ଯେମିତି ରାଜ୍ୟରେ ଖାଦ୍ୟାଭାବ ରହିଛି ! କାରଣ ରାଜ୍ୟ ସରକାର ଯୋଜନା ପରେ ଯୋଜନା କରୁଛନ୍ତି ଏବଂ ଏଥିରେ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରୁଛନ୍ତି । ତେବେ କାହିଁକି ଅପପୃଷ୍ଟି ରହିବ ରାଜ୍ୟରେ ? ଏଭଳି ପ୍ରଶ୍ନ ମଧ୍ୟ ଉଠୁଛି ସାଧାରଣରେ ।

ଯାଜପୁର ଜିଲ୍ଲା ରସଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ଠାରେ ଏମିତି ଏକ ପରିବାର ଯିଏ ଅପପୃଷ୍ଟିର ଶିକାର ହୋଇଛନ୍ତି । ପରିବାରରେ ରହୁଥିବା ଦୁଇ ଜଣ ସଦସ୍ୟ ହେଲେ ବାହେଜା ବାନୁ ଆଉ ତାଙ୍କ ଝିଅ ଜରିନା ବାନୁ । ବାହେଜାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ପୁରା ପରିବାର ଯେପରି ନିଃସହାୟ ହୋଇ ପଡ଼ିଛି । ଘର ଚଳାଇବା ଯେମିତି ତାଙ୍କ ପାଇଁ ଏକ ରକମ କଷ୍ଟ ହୋଇପଡ଼ିଛି । ଦୁଇ ଓଳି ଦୁଇ ମୁଠା ଭଲ କରି ଖାଇବାକୁ ନଥିବା ବେଳେ ଏବେ ସେହି ଦୁଃଖ ଉପରେ ଆହୁରି ବଡ଼ ଦୁଃଖ ମାଡ଼ି ବସିଛି ।

Jarina Jajpur

ଖାଦ୍ୟାଭାବରୁ ଜରିନା ଏବେ ଅପପୃଷ୍ଟିର ଶିକାର ହୋଇଛନ୍ତି । ଦୀର୍ଘ 5 ଦିନ ଧରି ଜରିନା ଖାଇବାକୁ ନପାଇବାରୁ ଏଭଳି ପରିସ୍ଥିତି ଉପୁଜିଛି । ପଟେରେ ଖାଦ୍ୟ ନପଡ଼ିବାରୁ ଜରିନା ପ୍ରଥମେ ଅସୁସ୍ଥ ହୋଇପଡ଼ିଥିଲେ । ସ୍ଥାନୀୟ ଅଞ୍ଚଳର ଜଣେ ସମାଜସେବୀଙ୍କ ସହଯୋଗରେ ଡାକ୍ତର ଆସି  ଜରିନାଙ୍କୁ ପାରକ୍ଷା କରିଥିଲେ । ପରୀକ୍ଷା କରିବା ପରେ ଡାକ୍ତର ଏଭଳି ମତ ଦେଇଛନ୍ତି । ତେବେ ଜରିନାଙ୍କ ଏଭଳି ସ୍ଥିତି ପାଇଁ କାହାକୁ ଦାୟୀ କରିବା ଉଚିତ୍‌ ? ସରକାରଙ୍କ ଗରିବଙ୍କ ପାଇଁ ଅନେକ କିଛି ମାଗଣା ଦେବାର ସୁବିଧା କରିଛନ୍ତି । ହେଲେ ସହର ମଧ୍ୟରେ ରହୁଥିବା ଜରିନାଙ୍କ ପାଖରେ କ’ଣ ସରକାରଙ୍କ ଯୋଜନା ପହଞ୍ଚି ପାରୁନାହିଁ । ଓଡ଼ିଶା ସରକାରଙ୍କ ଏତେ ଯୋଜନା ସତ୍ତ୍ୱେ କ’ଣ ଜଣେ ଅନହାରରେ ମୃତ୍ୟୁ ବରଣ କରିବ ? ଏଭଳି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି । ଜରିନାଙ୍କ ଏଭଳି ସ୍ଥିତି ଯୋଗୁଁ ସ୍ଥାନୀୟ ପ୍ରଶାସନ ମଧ୍ୟ ବିବାଦ ଘେରକୁ ଆସିଛି ।

ସୂଚନାଯୋଗ୍ୟ, ଜରିନାଙ୍କକୁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ପ୍ରତେକ ମାସରେ ୨ହଜାର ଟଙ୍କା ଦିଆଯାଉଥିଲା । ହେଲେ ବିଗତ ୮ ମାସ ହେବ ବିଭାଗ ପକ୍ଷରୁ ଏହି ଟଙ୍କା ବନ୍ଦ କରିଦିଆଯାଇଛି ।

ତେବେ ଅତ୍ୟନ୍ତ ଗରିବି ଓ ଦୁଃଖ କଷ୍ଟରେ ଚଳୁଥିବା ଏହି ପରିବାର ପାଇଁ ସରକାରଙ୍କ ପକ୍ଷରୁ ଘର ଖଣ୍ଡିଏ ମଧ୍ୟ ଦିଆଯାଇନାହିଁ । ଗୋଟିଏ ଭଙ୍ଗା ଘରେ ମା’ ବାହେଜା ଓ ଝିଅ ଜରିନା ଦୁଃଖ ଦୁର୍ଦଶାରେ କାଳାତିପାତ କରୁଛନ୍ତି । ଟିକେ ବର୍ଷା ହେଲେ ଘରେ ପାଣି ପଶୁଛି ।

ଅନ୍ୟପଟେ ଜରିନା ନବମ ଶ୍ରେଣୀରେ ପାଟ ପଢ଼ୁଥିବା ବେଳେ ଅର୍ଥାଭାବରୁ ସେଥିରେ ଡୋରି ବନ୍ଧା ସରିଲାଣି । ହେଲେ ଏଠି ପ୍ରଶ୍ନ ଉଠୁଛି ଯେ, ମାସିକ ଦୁଇ ହଜାର ଟଙ୍କା ଜରିନାଙ୍କୁ ଦିଆଯାଉଥିବା ବେଳେ କାହିଁକି ତାହା ବନ୍ଦ କରାଗଲା ?

ରାଜ୍ୟ ସରକାର ମହିଳା ଶଶକ୍ତି କରଣର ନାରା ଦେଉଥିବା ବେଳେ ଯାଜପୁର ଭଳି ଟାଉନ୍‌ରେ ଏଭଳି ପରିସ୍ଥିତି ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ । ତେବେ ଜିଲ୍ଲାପାଳଙ୍କୁ ଏନେଇ ଯୋଗା ଯୋଗ କରାଯିବାରୁ ସେ କହିଛନ୍ତି ଘଟଣାର ତଦନ୍ତ କରାଯିବ । କାହିଁକି ତାଙ୍କର ମାସିକ ଭତ୍ତାକୁ ବନ୍ଦ କରାଗଲା ?

Click to comment

Leave a Reply

Your email address will not be published. Required fields are marked *

Most Popular

To Top