ନ୍ୟୁଜ୍

ଯମ ମୁହଁରୁ ଫେରିଆସିଲା 5ବର୍ଷର ବାଳକ

ଯାଜପୁର : ଯମ ମୁହଁରୁ ଫେରିଆସିଲା 5ବର୍ଷର ବାଳକ ।  କଥାରେ ଅଛି ଯାହାକୁ ଭଗବାନ ବଞ୍ଚାଇ ରଖିବେ ତାକୁ ମାରିବ କିଏ । ଯାହା ଉପରେ ଭଗବାନଙ୍କର ଅଶେଷ  କୃପା ଥାଏ ତାକୁ ମୃତ୍ୟୁ ମଧ୍ୟ ସ୍ପର୍ଶ କରିପାରେନା। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁରର କୋରେଇ ଅଞ୍ଚଳରେ । ଏହି ଅଞ୍ଚଳର ଜଣେ ୫ ବର୍ଷିୟ ଶିଶୁ ଖେଳୁଥିବା ସମୟରେ ରାଜପଥରେ ଯାଇଥିବା ଗାଡିକୁ ଦେଖିବା ପାଇଁ ପାଖରେ ଥିବା ଏକ ଟ୍ରାନ୍ସଫର୍ମର ଖୁଣ୍ଟ ଉପରେ ଚଢିଯାଇଥିଲା । ଶିଶୁଟି ଖୁଣ୍ଟ ଉପରେ ଛିଡାହୋଇ କିଛି ସମୟ ରାଜପଥରେ ଯାଉଥିବା ଗାଡିକୁ ଦେଖୁଥିଲା ।

ଶିଶୁଟିର ସାନ ଭଉଣି ମଧ୍ୟ ଖୁଣ୍ଟରେ ଚଢିବା ପାଇଁ ପ୍ରୟାସ କରୁଥିବା ସମୟରେ କିଛି ସ୍ଥାନୀୟ ଲୋକଙ୍କ ନଜର ପଡିଥିଲା । ଏହାପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଥିଲେ ଯେତେବେଳେ ଟ୍ରାନ୍ସଫର୍ମର ଖୁଣ୍ଟ ଉପରେ ଏକ ଶିଶୁ ଛିଡା ହୋଇଥିବାର ଦେଖିବାକୁ ପାଇଥିଲେ । ସମସ୍ତେ ଭଗବାନଙ୍କୁ ପ୍ରାର୍ଥନାକୁ କରୁଥିଲେ ଶିଶୁଟି ସୁରକ୍ଷିତଭାବେ ତଳକୁ ଆସୁ ।

ଏପରି ଦୃଶ୍ୟ ଅନେକ ଲୋକଙ୍କ ଲୋମ ଟାଙ୍କୁରି ଉଠିଥିଲା । ଶିଶୁଟି କିପରି ଏପରି ଏକ ବିପଦପୂର୍ଣ୍ଣ ସ୍ଥାନରେ ପହଞ୍ଚିଲା ତାକୁ ନେଇ ସମସ୍ତେ ଆଶ୍ଚର୍ୟ୍ୟ ହୋଇଯାଇଥିଲେ । ଭାଗ୍ୟକୁ ଏହି ସମୟରେ କରେଣ୍ଟ ନଥିଲା । ଲୋକେ ବହୁବାର ଡାକିବା ପରେ ଶିଶୁଟି ତଳକୁ ଓହ୍ଲାଇଥିଲା । ସୂଚନାଅନୁସାରେ ଯାଜପୁର ଜିଲ୍ଲା କୋରେଇ ଥାନା ୨୦ ନମ୍ବର ଜାତୀୟ ରାଜପଥ କଡ ରଗଡି ସରକାରୀ ପଲିଟେକନିକ ପାଖରେ ସୋମବାର ଅପରାହ୍ନରେ ଏହି ଘଟଣା ଦେଖିବାକୁ ମିଳିଥିଲା ।

ଟ୍ରାନ୍ସଫର୍ମର ଖୁଣ୍ଟରେ ରଢିଥିବା ଶିଶୁଟି ଘର ସେଇ ନିକଟରେ ହୋଇଥିବା ବେଳେ ସେ ଆଦିବାସୀ ଶ୍ରେଣୀର ଅଟେ । ସେହି ଶିଶୁଟି ଅଧିକାଂଶ ସମୟରେ ସେହି ସ୍ଥାନରେ ବୁଲାବୁଲି କରେ । ଗତକାଲି ତାର ସାନ ଭଉଣି ସହ ଖେଳିବା ସମୟରେ ରାଜପଥରେ ଯାଉଥିବା ଗାଡିକୁ ଦେଖିବା ପାଇଁ ସେ ଟ୍ରାନ୍ସଫର୍ମର ଖୁଣ୍ଟ ଉପରେ ଚଢିଯାଇଥିବା ଜଣାପଡିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top