ଦେଶ

ଭାରତୀୟ ସେନାକୁ ବଡ଼ ସଫଳତା, ଦୁଇ ପାକ୍‌ ସେନାଙ୍କୁ ନିଧନ କଲା ଯବାନ

indian army

ଅର୍ଗସ ବ୍ୟୁରୋ: ଭାରତୀୟ ସେନାକୁ ବଡ଼ ସଫଳତା ମିଳିଛି । ଇଣ୍ଡିଆନ୍‌ ଆର୍ମି ପାକ୍‌ ସେନାଙ୍କୁ କଡ଼ା ଯବାବ୍‌ ଦେଇ  ଦୁଇ ସେନାଙ୍କୁ ନିଧନ କରିଛି । ହାଜୀପୀର ସେକ୍ଟରରେ ପାକିସ୍ତାନୀ ସେନା  ସଙ୍ଘର୍ଷବିରାମ ଉଳ୍ଲଙ୍ଘନ କରିଥିଲା । ଏହି ସମୟରେ ପା୍କ୍‌ ତରଫରୁ  ଜୋରଦାର ଆକ୍ରମଣ କରାଯାଇଥିଲା ।  ଏହାର କଡ଼ା ଯବାବ୍‌ ଦେଇଥିଲା ଭାରତୀୟ ସେନା । ଯାହାଦ୍ୱାରା ପାକିସ୍ତାନର ଦୁଇ ସୈନିକ ପ୍ରାଣ ହରାଇଥିଲେ । ଏହାପରେ ଧଳା ପତାକା ଦେଖାଇ ଶବ ନେଇଥିଲେ ପା୍‌କ୍‌ ସେନା ।

ସୂଚନାଅନୂଯାୟୀ, ଜମ୍ମୁ-କାଶ୍ମୀରର ହଜିପୁର ସେକ୍ଟରରେ ପାକିସ୍ତାନ ସେନା ବାରମ୍ବାର ଅସ୍ତ୍ରବିରତିର ଉଲଙ୍ଘନ କରୁଥିଲା । ପାକ୍‌ ସେନା ଭାରତୀୟ ସୀମାରେ ପଶିବାକୁ ଉଦ୍ୟମ କରିବା ବେଳେ ଭାରତୀୟ ସେନା ଏହାର କଡା ଜବାବ ଦେଇଥିଲା ।  ଏଥିରେ ୨ଜଣ ପାକ୍ ଯବାନ ନିହତ ହୋଇଥିଲେ ।  ତେବେ କିପରି ପାକ୍  ସେନା  ତାଙ୍କ ନିହତ ଦୁଇ ସେନାଙ୍କ ସବ  ଧଳା ପତାକା ଦେଖାଇ ନେଉଛନ୍ତି ଦେଖନ୍ତୁ ଏହି  ଭିଡିଓ..

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top