ଦେଶ

ଭାରତୀୟ ସେନା ପଣ୍ଡ କଲା ପାକ୍‌ ଆତଙ୍କୀ ଅନୁପ୍ରବେଶ ଉଦ୍ୟମ

ind-pak

ନୂଆଦିଲ୍ଲୀ:  ଧାରା 370 ଉଚ୍ଛେଦ ପରେ  ପାକିସ୍ତାନ ହଡବଡେଇ ଯାଇଛି ।  ଯେବେଠୁ 370 ଧାରା ଉଚ୍ଛେଦ ହୋଇଛି ସେବେଠୁ ପାକ୍‌ର ଆତଙ୍କୀ ଯୋଜନା ଚାଲୁରହିଛି । କିନ୍ତୁ ପ୍ରତ୍ୟେକ ଥର ଭାରତୀୟ ସେନା ଆଗରେ ବିଫଳ ହେବାକୁ  ପଡିଛି  ପାକ୍‌କୁ  ।  ଏହିଥିର ମଧ୍ୟ ପାକିସ୍ତାନର ଆତଙ୍କୀ  ଯୋଜନା ବିଫଳ କରିଛି ଭାରତୀୟ ସେନା । ଭାରତକୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ପାକିସ୍ତାନ ଆତଙ୍କବାଦୀଙ୍କ ଉଦ୍ୟମକୁ ପଣ୍ଡ କରିଛି  ଭାରତୀୟ ସେନା  ।

ଜମ୍ମୁ-କାଶ୍ମୀରର ଏଲଓସିରେ ଆତଙ୍କବାଦୀମାନେ ଭାରତୀୟ ସୀମାକୁ ଅନୁପ୍ରବେଶ ଉଦ୍ୟମ କରୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି  । ତେବେ ପାକିସ୍ତାନ ବର୍ଡର ଆକ୍ସନ ଟିମ ଓ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛି ଭାରତୀୟ ସେନା । ସେପ୍ଟେମ୍ବର ୧୨ ଓ ୧୩ ତାରିଖରେ ହାଜିପୁରା ସେକ୍ଟରରେ ଆତଙ୍କୀ ଅନୁପ୍ରବେଶ ପାଇଁ ଉଦ୍ୟମ କରିଥିଲେ । ତେବେ ଭାରତୀୟ ସୁରକ୍ଷା କର୍ମୀ ଗ୍ରେନେଡ ମାଡ କରି ତାଙ୍କ ଅନୁପ୍ରବେଶ ଉଦ୍ୟମକୁ ବିଫଳ କରିଦେଇଛନ୍ତି । କେବଳ ହାଜିପୁରା ନୁହେଁ ପାକ ବର୍ଡର ଆକ୍ସନ ଟିମର ବହୁବାର ଅନୁପ୍ରବେଶ ଉଦ୍ୟମକୁ ଭାରତୀୟ ଯବାନ ପଣ୍ଡ କରିଛନ୍ତି । କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରଠୁ ପାକିସ୍ତାନ ସେନା ସୀମାରେ ଅହରହ  ଷଡଯନ୍ତ୍ର ଚଳାଇଛନ୍ତି । ଏଲଓସି ଠାରୁ ମାତ୍ର ୨ କିଲୋମିଟର ଦୂରରେ ଏବେ ଆତଙ୍କବାଦୀ ଲଂଚପ୍ୟାଡ ସକ୍ରିୟ କରାଯାଇଛି । ଯେଉଁଠି ତାଲିମପ୍ରାପ୍ତ ୨୪୦ ଜଣ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ କରିବାକୁ ସୁଯୋଗ ଅପେକ୍ଷାରେ ରହିଛନ୍ତି ।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top