ଦେଶ

ଶ୍ରୀନଗର ଛାଡୁଛନ୍ତି ୮୦୦ ଏନ୍‌ଆଇଟି ଶିକ୍ଷାର୍ଥୀ

jammu

ଶ୍ରୀନଗର: ଶ୍ରୀନଗର ଛାଡିଲେ ୮୦୦ ଏନ୍‌ଆଇଟି ଶିକ୍ଷାର୍ଥୀ । ଆତଙ୍କବାଦୀ ଆକ୍ରମଣ ଆଶଙ୍କା କରି ପ୍ରଶାସନ ଅମରନାଥ ଯାତ୍ରୀ ଏବଂ ପର୍ଯ୍ୟଟକମାନଙ୍କୁ ତୁରନ୍ତ କଶ୍ମୀର ଛାଡ଼ି ଚାଲିଯିବାକୁ କହିବାର ଗୋଟିଏ ଦିନ ପରେ (ଶନିବାର) ଜମ୍ମୁ ଓ କଶ୍ମୀର ସରକାର ଶ୍ରୀନଗରସ୍ଥିତ ନେସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲଜିରେ ଅଧ୍ୟୟନ କରୁଥିବା ଅଣ-ଆଞ୍ଚଳିକ ଛାତ୍ରମାନଙ୍କୁ ସ୍ଥାନାନ୍ତର କରିବା ଆରମ୍ଭ କରିଦେଇଛନ୍ତି । ଶୁକ୍ରବାର ସନ୍ଧ୍ୟାରେ ନୋଟିସ୍‌ ଜାରି କରି ଏନ୍‌ଆଇଟି ପ୍ରଶାସନ କହିଥିଲା ଯେ, ପରବର୍ତ୍ତୀ ଆଦେଶ ଯାଏଁ ପ୍ରତିଷ୍ଠାନରେ ପଢ଼ାପଢ଼ି ସ୍ଥଗିତ ରଖାଯାଇଛି । ଶନିବାର ସକାଳୁ ବହୁସଂଖ୍ୟକ ଏନ୍‌ଆଇଟି ଶିକ୍ଷାର୍ଥୀ ସେମାନଙ୍କର ଲଗେଜ୍‌ ଧରି କଶ୍ମୀର ବାହାରକୁ ଚାଲିଯିବା ପାଇଁ ବସ୍‌କୁ ଅପେକ୍ଷା କରିଥିଲେ। ଏନ୍‌ଆଇଟିରେ ପ୍ରାୟ ୮୦୦ ଶିକ୍ଷାର୍ଥୀ ନାମ ଲେଖାଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ଅଧା ହେଉଛନ୍ତି ଦେଶର ବିଭିନ୍ନ ରାଜ୍ୟର ।

flight

ଯାତ୍ରୀ ଏବଂ ପର୍ଯ୍ୟଟକଙ୍କୁ କଶ୍ମୀର ବାହାରକୁ ନେବା ଲାଗି ପ୍ରଶାସନ ତରଫରୁ ବସ୍‌ ଏବଂ ବିମାନ ବନ୍ଦୋବସ୍ତ କରାଯାଇଛି । କଶ୍ମୀର ବାହାରକୁ ଯିବା ପାଇଁ ଅନେକ ପର‌୍ୟ୍ୟଟକ ବିମାନ ଟିକେଟ୍‌ ପାଇଁ ଅଧିକ ଅର୍ଥ ଦେବାକୁ ପଡୁଛି । କଶ୍ମୀର ଛାଡିବାକୁ ସରକାର କହିବାପରେ ଜାମ୍ମୁ କଶ୍ମୀରରେ ପର୍ଯଟକଙ୍କ ମଧ୍ୟରେ ଏକ ଭୟର ବାତାବରଣ ଖେଳିଯାଇଛି । ଯାତ୍ରୀମାନଙ୍କୁ ଦୃଷ୍ଟିରେ ରଖି ବିମାନ କମ୍ପାନୀ ସବୁ ଟିକଟ ମୂଲ୍ୟ ବଢାଇଦେଇଛନ୍ତି । ଶୁକ୍ରବାରରେ ଶ୍ରୀନଗରରୁ ଦିଲ୍ଲୀରୁ ଯିବା ପାଇଁ ଟିକଟ ମୂଲ୍ୟ ୪୦୦୦ ଥିଲା କିନ୍ତୁ ଆଜି ଏହାହଠାତ୍‌ ବଢାଇ ୮୦୦୦ ରେ ପହଞ୍ଚାଯାଇଛି । ରବିବାରକୁ ଏହା ୨୦ ହଜାର ରୁଅଧିକ ହେବା ନେଇ ଆଶଙ୍କା କରାଯାଉଛି ।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top