ଦେଶ

ଜମ୍ମୁ କାଶ୍ମୀର: ପର୍ଯ୍ୟଟକଙ୍କ ଉପରୁ ଉଠିଲା ପ୍ରତିବନ୍ଧକ

jammu kashmir

ଅର୍ଗସ ବ୍ୟୁରୋ: ଜମ୍ମୁ କାଶ୍ମୀର ପ୍ରଶାସନ ଆଜି ପର୍ଯ୍ୟଟକଙ୍କ ଉପରେ ଦୁଇ ମାସ ଲାଗିଥିବା ପ୍ରତିବନ୍ଧକ ହଟାଇଛନ୍ତି । ଏନେଇ ଜାମ୍ମୁ କାଶ୍ମୀରରେ ଖୁସିର ମାହୋଲ ଖେଳିଯାଇଛି । ଏହି ପ୍ରତିବନ୍ଧକ ଧାରା 370 ଉଚ୍ଛେଦ ପରେ ପରେ ହିଁ  ଲାଗୁ କରାଯାଇଥିଲା ।  ପ୍ରକାଶ କରାଯାଇଥିବା ନିର୍ଦ୍ଦେଶନାମା ଅନୁସାରେ  ପର୍ଯ୍ୟଟଙ୍କୁ ସମସ୍ତ  ପ୍ରକାର ଆବଶ୍ୟକତା ମିଳିବ । ସବୁ ପ୍ରକାର ସହଯୋଗ ମଧ୍ୟ ମିଳିବ ବୋଲି ଏହି ନିର୍ଦ୍ଦେଶନାମାରେ ଦର୍ଶାଯାଇଛି । ଏହି ନିର୍ଦ୍ଦେଶନାମା ପ୍ରକାଶ ପାଇବା ପରେ ଲୋକ ମାନଙ୍କ ମଧ୍ୟରେ  ଖୁସି ଓ ଉତ୍ସାହ ଦେଖାଯାଇଛି ।  ହୋଟେଲ ମାଲିକ, ଟ୍ୟାକ୍ସି ଚାଳକ,  ସ୍ଥାନୀୟ ଦୋକାନ ମଧ୍ୟ  ଏନେଇ ବହୁତ  ଉିତ୍ସାହିତ ଅଛନ୍ତି ।

jammu

ସୂଚନାମୁତାବକ, ରାଜ୍ୟପାଳ ସତ୍ୟପାଳ ମଲିକ ସୋମବାର ଦିନ ରାଜ୍ୟର ପରିସ୍ଥିତିର ସମୀକ୍ଷା କରି ନିର୍ଦ୍ଦେଶନାମା ଫେରାଇ ନେବା ପାଇଁ ପରାମର୍ଶ ଦେଇଥିଲେ ।  2 ଅଗଷ୍ଟ ରେ ରାଜ୍ୟର  ଗୃହ ବିଭାଗ ତରପରୁ ବଡ଼ ଆତଙ୍କବାଦୀ ଆକ୍ରମଣ ଆଶଙ୍କା କରି ନିର୍ଦ୍ଦେଶନାମା ଜାରି କରି ପର୍ଯ୍ୟଟକ ଏବଂ ଅମରନାଥ ଯାତ୍ରୀଙ୍କୁ ସାଙ୍ଗେ ସାଙ୍ଗେ ଘାଟିରୁ ଫେରିଯିବା ପାଇଁ କୁହାଯାଇଥିଲା । ତେବେ ବର୍ତ୍ତମାନ ରାଜଭବନରେ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ସୁରକ୍ଷା ସ୍ଥିତିର ସମୀକ୍ଷା ସମୟରେ କହିଥିଲେ ଯେ, ଗତ 6 ସପ୍ତାହ ଧରି ଘାଟିର ଅଧିକାଂଶ ଅଞ୍ଚଳରେ  ପ୍ରତିବନ୍ଧକ ହଟା ଯାଇଛି ।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top