ଦେଶ

ତୁଷାରପାତ ଯୋଗୁଁ ଗମନାଗମନ ସମ୍ପୂର୍ଣ୍ଣ ଠପ୍‌

jammu

ଜାମ୍ମୁକାଶ୍ମୀର: ଜାମ୍ମୁ କାଶ୍ମୀରର ହାଇଓ୍ୱେରେ ଫସିରହିଛି  5000 ଗାଡି । ରାମବନର ଡିଗଡୋଲ ଓ ପନ୍ଥିୟାଲ ଅଞ୍ଚଳର 4ଟି ସ୍ଥାନରେ ଭୂସ୍କଳନ ଯୋଗୁଁ  ଜାମ୍ମୁକାଶ୍ମୀର ରାଷ୍ଟ୍ରୀୟ ରାଜରାସ୍ତାରେ ଅଟକି ରହିଛି ହଜାର ହଜାର ଗାଡି । ଏଥିସହିତ ବରଫ ବର୍ଷାଯୋଗୁଁ  ଏହି ଗାଡିସବୁ ଆଗକୁ ବଢିପାରୁ ନାହାଁନ୍ତି । ଏହି ହାଇଓ୍ୱେ ବନ୍ଦ ହେବା ଯୋଗୁଁ  ଲଖନପୁରରୁ  ବନିହାଲ ପର୍ଯ୍ୟନ୍ତ ରାସ୍ତାରେ ଗମାନାଗମନ ସମ୍ପୂର୍ଣ୍ଣ  ଠପ୍‌ ହୋଇପଡିଛି ।

ଶ୍ରୀନଗର ସହ  କାଶ୍ମୀରର ଅନ୍ୟ କିଛି ଅଞ୍ଚଳରେ ବରଫ ବର୍ଷା ଯୋଗୁ  ତାପମାତ୍ରା ମଧ୍ୟ କମିବାରେ ଲାଗିଛି । ଖରାପ ପାଗ ଯୋଗୁଁ  ଶ୍ରୀନଗର  ଅନ୍ତରାଷ୍ଟ୍ରୀୟ ଏୟାରପୋର୍ଟରେ ସମସ୍ତ ଆସୁଥିବା ଓ ଯାଉଥିବା  ବିମାନକୁ ରଦ୍ଧ କରାଯାଇଛି । ଏଥିସହିତ  ଶ୍ରୀନଗର-ଲେହ ରାଷ୍ଟ୍ରୀୟ ରାଜମାର୍ଗ ସହ ଜିଲ୍ଲା ରାଜୋରି ଓ ପୁଞ୍ଛର ଶୋପିୟାକୁ ଯୋଡୁଥିବା ମୁଗଲ ରୋଡ ମଧ୍ୟ ବନ୍ଦ ରହିଛି । ପାଣିପାଗ  ବିଜ୍ଞାନ କେନ୍ଦ୍ର ଶ୍ରୀନଗରର ସୂଚନାନୁସାରେ  ଜାମ୍ମୁ କାଶ୍ମୀରର କିଛି  ଭାଗରେ  ହାଲ୍‌କା ବର୍ଷା ଓ ବରଫ ପଡିବ ବୋଲି ପୂର୍ବାନୁମାନ କରାଯାଇଛି  ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top