ଦେଶ

ଆତଙ୍କବାଦୀଙ୍କ ପାଖରେ ଅସ୍ତ୍ରଶସ୍ତ୍ରର ଅଭାବ, ସଙ୍କଟରେ ପାକ୍‌: ଭାରତୀୟ ସେନା

jammu

ଅର୍ଗସ ବ୍ୟୁରୋ: ସେନା ଆଜି ବଡ଼ ପର୍ଦାଫାସ୍‌ କରିଛି ।  ଜମ୍ମୁ କାଶ୍ମୀରର ଉତ୍ତରୀ କମାନର ଲେପ୍ଟନେଣ୍ଟ  ଜେନେରାଲ ରଣବୀର ସିଂହ  ଆତଙ୍କବାଦୀଙ୍କୁ ନେଇ ବଡ଼ ଖୁଲାସା କରି କହିଛନ୍ତି, ଆତଙ୍କବାଦୀମାନଙ୍କ ନିକଟରେ ହତିୟାରର ଅଭାବ ପରିଲକ୍ଷିତ ହୋଇଛି । ଏଥିପାଇଁ ଆତଙ୍କବାଦୀମାନେ ପୋଲିସ୍‌ ଥାନାମାନଙ୍କୁ ଟାର୍ଗେଟ୍‌ କରି ଅସ୍ତ୍ରଶସ୍ତ୍ର ଛଡାଇ ଆଣିବାର ଚେଷ୍ଟା ଚଳାଇଛନ୍ତି । ସେ ଆହୁରି ମଧ୍ୟ ମହିଛନ୍ତି ଯେ, ଏହି ସମୟରେ ପାକିସ୍ତାନ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଜାମ୍ମୁ କାଶ୍ମୀରରେ ହତିୟାର ପଠାଇବା ପାଇଁ  ବିଭିନ୍ନ ମାର୍ଗ ଆପୋଣାଉଛି ପାକ୍‌ର ଆତଙ୍କୀ ।

ଗତ ମାସରେ ପିଡିପିର ଜିଲ୍ଲା ପ୍ରଧାନ ଆଡଭୋକେଟ୍‌  ନାସିର ହୁସେନ୍‌ ଶେଖଙ୍କୁ ବନ୍ଧୁକ ଦେଖାଇ ଆତଙ୍କୀ ତାଙ୍କ ଅଙ୍ଗରକ୍ଷୀଙ୍କ ଇଂସାସ ରାଇଫଲ୍‌ ଲୁଟ୍‌ କରି ନେଇଥିଲେ ।  ସେହିପରି ମାର୍ଚ୍ଚରେ ଜାମ୍ମୁ କାଶ୍ମୀର ଶୋପିୟା  ଜିଲ୍ଲାର ପୋଲିସ୍‌ର ହତିୟାରକୁ ଲୁଟି ନେବାର ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top