ନ୍ୟୁଜ୍

ମହଜିଦ ପଡାରେ ଜଣ୍ଡିସ ଆତଙ୍କ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ବାମରା ବ୍ଲକ 13 ନମ୍ବର ୱାର୍ଡର ମହଜିଦ ପଡାରେ ଜଣ୍ଡିସ ଆତଙ୍କ। ନାଳ ନର୍ଦ୍ଦମା ପାଣି ଜମି ରହିବା ଯୋଗୁଁ ବ୍ୟାପିବାରେ ଲାଗିଛି ଜଣ୍ଡିସ। ସେପଟେ ଜଣ୍ଡିସ୍ ଆକ୍ରାନ୍ତ ମେଡିକାଲରେ ଡାକ୍ତରଙ୍କ ଅଭାବ ଯୋଗୁଁ ଗୁଣି ଗାରେଡି ଝଡା ଫୁଙ୍କା କରୁଛନ୍ତି ଜଣ୍ଡିସ ରୋଗୀ।

ବାମରା ବ୍ଲକ 13 ନମ୍ବର ୱାର୍ଡର ଷ୍ଟେସନ ବସ୍ତି ମହଜିଦ ପଡାରେ 12 ଜଣ ଜଣ୍ଡିସରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ଏଠାରେ ବସବାସ କରୁଥିବା 50ଟି ପରିବାର ମନରେ ଛନକା ପଶିଛି। କାରଣ ଏହି ଗଳିରେ ଥିବା ନାଳ ନର୍ଦ୍ଦମା ଦୀର୍ଘ ଦିନ ହେବ ସଫା ନହେବା କାରଣରୁ ଅଳିଆ ସହ ପାଣି ଜମି ରହୁଛି। ଫଳରେ ଡ୍ରେନର ନର୍ଦ୍ଦମା ପାଣି ଉଚ୍ଛୁଳି ରାସ୍ତା ଉପରେ ବହୁଛି । ଯାହାକି ଲୋକଙ୍କ ନିତିଦିନିଆ ରାସ୍ତା ଥିବାବେଳେ ଏଥିରୁ ଦୁର୍ଗନ୍ଧ ବାହାରିବା ସହ ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି। ଏହାଦ୍ୱାରା ଜଣ୍ଡିସ ଅଧିକ ବ୍ୟାପିବାର ଭୟ ରହିଛି ।

ଦୀର୍ଘ ଦୁଇ ବର୍ଷ ଧରି ଏହିପରି ଭାବରେ ପଡି ରହିଛି ମଇଳା ଓ ଜମି ରହିଛି ଅପରିଷ୍କାର ପାଣି । ଯାହାଫଳରେ ବଢିବାରେ ଲାଗିଛି ଜଣ୍ଡିସ । ଅତିଶୀଘ୍ର ପ୍ରଶାସନ ଏହାର ପ୍ରତିକାର ନ କଲେ ଆହୁରି ଜଣ୍ଡିସ ବ୍ୟାପିବାର ସମ୍ଭାବନା ରହିଛି । ତେବେ ଏନେଇ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଉନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ସେପଟେ ଡାକ୍ତରଙ୍କ ଅଭାବ ଯୋଗୁଁ ଅନେକ ଜଣ୍ଡିସ ରୋଗୀ ମେଡିକାଲ ଯିବା ବଦଳରେ ଝଡାଫୁଙ୍କା କରୁଛନ୍ତି। ଏନେଇ ବିଡିଓଙ୍କ ଧ୍ୟାନ ଆକର୍ଷଣ କରିବାରୁ ଖୁବ୍ ଶୀଘ୍ର ଜଣ୍ଡିସ ଆକ୍ରାନ୍ତଙ୍କୁ ତୁରନ୍ତ ଚିକିତ୍ସା ସହ ଗଳିକୁ ସଫା ସୁତୁରା କରାଯିବ ବୋଲି ସେ କହିଛନ୍ତି। ଅନ୍ୟପଟେ ଏହା ଉପରେ ତୁରନ୍ତ ରିପୋର୍ଟ ଦେବା ପାଇଁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉପ ଜିଲ୍ଲାପାଳ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top