ଦେଶ

କରୋନା କଟକଣା ମଧ୍ୟରେ ଆଜିଠୁ ଜେଇଇ ମେନ ପରୀକ୍ଷା

ଭୁବନେଶ୍ୱର:  କରୋନା ମହାମାରୀକୁ ନେଇ ଉପୁଜିଥିବା ବହୁ ବାଦ ବିବାଦ ମଧ୍ୟରେ  ଆଜିଠୁ ସାରା ଦେଶରେ ଜେଇଇ ମେନ ପରୀକ୍ଷା ଅନୁଷ୍ଠିତ ହେବ । କରୋନା କଟକଣା ମଧ୍ୟରେ  ସେପ୍ଟେମ୍ବର ୬ ଯାଏଁ ଏହି ପରୀକ୍ଷା ଚାଲିବ । ସାରଦେଶରେ ୯ ଲକ୍ଷ ୫୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ପରୀକ୍ଷାର୍ଥିଙ୍କ ପାଇଁ ୬୬୦ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ୨ଟି ସିଫ୍ଟରେ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରଥମ ସିଫ୍ଟ ସକାଳ ୯ରୁ ୧୨ ପର୍ଯ୍ୟନ୍ତ ଓ ଦ୍ୱିତୀୟ ସିଫ୍ଟ ଅପରାହ୍ନ ୩ଟାରୁ ୬ଟା ମଧ୍ୟରେ ଅନୁଷ୍ଠିତ ହେବ ।

ପରୀକ୍ଷାର ଦୁଇ ଘଣ୍ଟା  ପୂର୍ବରୁ ଗେଟ୍ ଖୋଲିବ । ଓଡ଼ିଶାରୁ  ୩୮ ହଜାର ୨୩୬ ଜଣ ଛାତ୍ରଛାତ୍ରୀ ଜେଇଇ ମେନ୍ ପରୀକ୍ଷା ଦେବା ପାଇଁ ପଞ୍ଜୀକରଣ କରିଛନ୍ତି । ତେବେ ରାଜ୍ୟରେ ମୋଟ୍ ୨୬ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ଭୁବନେଶ୍ୱରରେ ହୋଇଥିବା ୬ଟି କେନ୍ଦ୍ରରେ ପ୍ରାୟ ୧୬ ହଜାର ପିଲା ପରୀକ୍ଷା ଦେବେ । ସେହିପରି ବ୍ରହ୍ମପୁର, କଟକ, ସମ୍ବଲପୁର, ରାଉରକେଲା, ବାଲେଶ୍ୱର, ଢେଙ୍କାନାଳ ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି । ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରରେ କରୋନା କଟକଣା କଡାକଡି ଭାବେ ଲାଗୁ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top