ଜୀବନ ମନ୍ତ୍ର

ସେପ୍ଟେମ୍ବରକୁ ଘୁଞ୍ଚିଲା JEE ଓ NEET ପ୍ରବେଶିକା ପରୀକ୍ଷା

ojee exam

ନୂଆଦିଲ୍ଲୀ: ଘୁଞ୍ଚିଲା JEE ଓ NEET ପରୀକ୍ଷା ।  ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ଉନ୍ନତମାନର ଶିକ୍ଷା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଜେଇଇ ମେନ୍‌ ପରୀକ୍ଷା 1-6 ସେପ୍ଟେମ୍ବର ମଧ୍ୟରେ ହେବାକୁ ଧାର୍ଯ୍ୟ କରାଯାଇଥିବା ବେଳେ ଜେଇଇ ଆଡଭାନ୍ସଡ୍‌ ପରୀକ୍ଷା ସେପ୍ଟେମ୍ବର 27ରେ ହେବ । ସେହିଭଳି ନିଟ୍‌ ପରୀକ୍ଷା ସେପ୍ଟେମ୍ବର 13ରେ ହେବ । ଏନେଇ କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ସୂଚନା ଦେଇଛନ୍ତି ।

ସାରା ଦେଶରେ କରୋନା କାୟା ବିସ୍ତାର କରିଥିବା ବେଳେ ଏହା ଶିକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ବ୍ୟାପକ ପ୍ରଭାବ ପକାଇଛି । ବିଭିନ୍ନ ପରୀକ୍ଷା ବାତିଲ କରାଯାଉଥିବା ବେଳେ କିଛି ପରୀକ୍ଷା ବାତିଲ ପାଇଁ ଦାବି ଉଠିଛି । ଜେଇଇ ଓ ନିଟ୍‌ ପରୀକ୍ଷା ତାରିଖ ଘୁଞ୍ଚାଇବା ପାଇଁ ଦାବି ଜୋର ଧରିଥିଲା । ତେବେ ଆଜି କେନ୍ଦ୍ରମନ୍ତ୍ରୀ ଏନେଇ ପରିବର୍ତ୍ତୀତ ତାରିଖ ସମ୍ପର୍କରେ ସୂଚନା ଦେଇଛନ୍ତି । ପ୍ରଥମେ ଜୀବନ ପରେ ଶିିକ୍ଷା । ଶିକ୍ଷା ପୁଣି ଗୁଣବତ୍ତା ସମ୍ପର୍ଣ୍ଣ ହୋଇଥିବା ଆବଶ୍ୟକ ବୋଲି କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିୟାଲ କହିଛନ୍ତି । ତେଣୁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦେଖି ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top